ସନଷ୍ଟାର ଟିଭି ବ୍ୟୁରୋ
ପଶ୍ଚିମବଙ୍ଗ: ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ( ଟିଏମ୍ସି ) ସୁପ୍ରିମୋ ମମତା ବାନାର୍ଜୀ ବିଧାୟକ ଭାବେ ଶପଥଗ୍ରହଣ କରିଛନ୍ତି । ରାଜ୍ୟପାଳ ଜଗଦୀପ ଧନ୍ଵକର ମମତାଙ୍କ ସମେତ ଉପନିର୍ବାଚନରେ ବିଜୟୀ ହୋଇଥିବା ଅନ୍ୟ ଦୁଇଟି ଟିଏମ୍ସି ବିଧାୟକଙ୍କୁ ଶପଥପାଠ କରାଇଛନ୍ତି । ଏମାନେ ହେଲେ ଜାକିର ହୁସେନ ( ଜଙ୍ଗିପୁର ) ଓ ଅମିରୁଲ ଇସଲାମ ( ସମସେରଗଞ୍ଜ ) । ମମତା ଭବାନିପୁର ଉପନିର୍ବାଚନରେ ବିଜେପି ପ୍ରତିଦ୍ଵନ୍ଦୀଙ୍କୁ ୫୪ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି ।