ସନଷ୍ଟାର ଟିଭି ବ୍ୟୁରୋ
କଟକ: ଦୁବାଇଠାରେ ଅବସ୍ଥାପିତ ଓଡ଼ିଆ ସମାଜ ୟୁଏଇ ( ଓଏସୟୁଏଇ ) ପକ୍ଷରୁ ଦୁବାଇଠାରେ ଆସନ୍ତା ଅକ୍ଟୋବର ୨୨ ଓ ୨୩ ତାରିଖ ‘ ସିନେ ଓଡ଼ିଶା ଫିଲ୍ମ ଫେଷ୍ଟିଭାଲ ‘ ହେବ । ଦୁବାଇ ୟୁଏଇଠାରେ ହେବାକୁ ଥିବା ମର୍ଯ୍ୟାଦାଜନକ ୱାର୍ଲଡ ଏକ୍ସପୋ ୨୦୨୦ ଅବସରରେ ଏହି ସିନେ ମହୋତ୍ସବର ଆୟୋଜନ କରାଯାଇଛି। ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ତଥା ପୁରସ୍କାର ଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ ମାୟା ମିରିଗ ‘ , ‘ ନିରବ ଝଡ଼ ’ , ‘ ଲାବଣ୍ୟ ପ୍ରୀ ତି ’ , ‘ ଇନ୍ଦ୍ରଧନୁର ଛାଇ ’ , ‘ କଥାନ୍ତର ‘ , ‘ ସମୟର ଛାଇରେ ’ , ‘ କାଲିର ଅତୀତ ’ ଓ ‘ ଶଲାବୁଢ଼ାର ଅତୀତ ‘ ପ୍ରଭୃତି ସାଙ୍ଗକୁ କେତେକ କାଳଜୟୀ ଓଡ଼ିଆ ଚଳଚ୍ଚିତ୍ର ଏବଂ ଓଡ଼ିଶା – ଓଡ଼ିଆ ସମ୍ପର୍କିତ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ବିଶେଷକରି ଓଡ଼ିଆ ଚଳଚ୍ଚିତ୍ର ସାଙ୍ଗକୁ ଏହାର ସଂସ୍କୃତି , କଳା ଓ ମୂଲ୍ୟବୋଧ ଆଦିର ଉତ୍କର୍ଷକୁ ଅନ୍ତର୍ଜାତୀୟ ମଞ୍ଚରେ ପ୍ରତିପାଦିତ କରିବା ଲକ୍ଷ୍ୟ ରଖି ଏହି ଆୟୋଜନ କରାଯାଇଛି ବୋଲି ସିନେ ଓଡ଼ିଶା ଫେଷ୍ଟିଭାଲର ତତ୍ତ୍ଵାବଧାରକ ତଥା ‘ ସିନେମା ଫର୍ ଗୁଡ଼’ର ପ୍ରତିଷ୍ଠାତା ଜିତେନ୍ଦ୍ର କୁମାର ମିଶ୍ର ଓ ଏହାର ସଭାପତି ଅମିୟ କୁମାର ମିଶ୍ର ପ୍ରେସ୍ ବିବୃତ୍ତି ଜରିଆରେ ସୂଚନାଦେଇଛନ୍ତି ।