ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଗତ ବର୍ଷପରି ଏଥର ବି କରୋନା କଟକଣା ପାଇଁ ବିନ୍ଦୁ ସାଗରରେ ମହାଳୟା ଶ୍ରାଦ୍ଧ ମନା ହୋଇଛି । ଶ୍ରାଦ୍ଧ ସାଙ୍ଗକୁ ବ୍ରାହ୍ମଣ ଭୋଜନ ଉପରେ କଟକଣା ଲଗାଯାଇଛି । ଗହଳି ଓ ଭିଡ ନକରିବାକୁ ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ସଂକ୍ରମଣ ଓ ଲୋକଙ୍କ ନିରାପତାକୁ ଦୃଷ୍ଟିରେ ରଖି ବିନ୍ଦୁସାଗରରେ ମହାଳୟା ପାଳନ ଓ ବ୍ରାହ୍ମଣ ଭୋଜନ ହୋଇପାରିବ ନାହିଁ ବୋଲି କୁହାଯାଇଛି । ପ୍ରତ୍ୟେକ ବର୍ଷ ମହାଳୟାରେ ବିନ୍ଦୁସାଗରରେ ପିତୃପୁରୁଷଙ୍କ ଶ୍ରାଦ୍ଧ ପାଇଁ ଲୋକଙ୍କ ଭିଡ ହୋଇଥାଏ । ତେବେ ଚଳିତବର୍ଷ ମହାଳୟା ହୋଇପାରିବ ନାହିଁ ବୋଲି ବିଏମସି କହିଛି । ଏଭଳି ନିଷ୍ପତ୍ତି ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।