ସନଷ୍ଟାର ଟିଭି ବ୍ୟୁରୋ
ଝାରସୁଗୁଡା: ମାନ୍ୟବର ସିଏମ୍ ର ମୁଖ୍ୟ ପରାମର୍ଶଦାତା ତଥା ଚେୟାରମ୍ୟାନ୍ ଡବ୍ଲୁଠଡିସି (WODC)ଶ୍ରୀ ଅସିତ୍ ତ୍ରିପାଠୀ ଆଜି ଝାରସୁଗୁଡା ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସେ ବିଭିନ୍ନ କାର୍ଯ୍ୟକ୍ରମର କ୍ଷେତ୍ର ବିଭିନ୍ନସ୍ତରର କାର୍ଯ୍ୟକାରିତା ସମୀକ୍ଷା କରିଥିଲେ। ଝାରସୁଗୁଡା ପରିଦର୍ଶନ ପରେ ଶ୍ରୀ ତ୍ରିପାଠୀ କହିଛନ୍ତି ଝାରସୁଗୁଡା ଜିଲ୍ଲା ପୂର୍ବ ଅପେକ୍ଷା ବହୁତ ପ୍ରଗତି କରିଛି। ମୁଖ୍ୟତ ଏହି ଜିଲ୍ଲାର ଲୋକ କୃଷି ଉପରେ ନିର୍ଭର କରିଥାଆନ୍ତି। ବିଭିନ୍ନ କ୍ଷେତ୍ର ତର୍ଜମା ପରେ ଜଣାପଡିଛି ଯେ ଏଠାରେ ଲଙ୍କା ଏବଂ ଅଦାବହୁ ମାତ୍ରାରେ ଉତ୍ପାଦାନ କରାଯାଉଛି। ବଡବଡ ଶିଳ୍ପ କ୍ଷେତ୍ରର ପ୍ରଗତି ସହ ଛୋଟ ବା ଖୁଦ୍ର ଶିଳ୍ପର ମଧ୍ୟ ଅଗ୍ରଗତି ହେବା ଆବଶ୍ୟକ ରହିଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। କୃଷି ଏବଂ ଶିଳ୍ପ ଏହି ଦୁଇଟିର ଏହାସହ ପ୍ରଗତି ପାଇଁ ଜିଲ୍ଲାର କଲେକ୍ଟରଙ୍କୁ ଦାଇତ୍ବ ଦିଆଯାଇଛି। ଏହାସହ ଝାରସୁଗୁଡା ଏବଂ ଲଖନପୁରର ବିଭିନ୍ନ ସ୍ଥାନ ପରିଦର୍ଶନ କରିଲେ ଶ୍ରୀ ଅସିତ୍ ତ୍ରିପାଠୀ।