ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ବାରମ୍ବାର ବଢ଼ିଚାଲିଛି ରନ୍ଧନ ଗ୍ୟାସ ଦାମ୍ । ବୁଧବାର ଅଣ-ସବସିଡିଯୁକ୍ତ LPG(ଏଲପିଜି) ସିଲିଣ୍ଡର ଦାମ୍ ପୁଣି ଥରେ ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀ ଏବଂ ମୁମ୍ବାଇରେ ଘରୋଇ LPG(ଏଲପିଜି) ସିଲିଣ୍ଡର ମୂଲ୍ୟ ୮୮୪.୫୦ ଟଙ୍କାରୁ ଏବେ ୮୯୯.୫୦ ଟଙ୍କା ମହଙ୍ଗା ହୋଇଛି । ପାଟନାରେ ମଧ୍ୟ LPG(ଏଲପିଜି) ସିଲିଣ୍ଡର ୧୦୦୦ ଅଙ୍କରୁ ମାତ୍ର ଦୁଇ ଅଙ୍କ କମ୍ ରହିଛି ଏହାପୂର୍ବରୁ ଅକ୍ଟୋବରରେ କେବଳ ୧୯ କେଜି ବିଶିଷ୍ଟ କମର୍ସିଆଲ ସିଲିଣ୍ଡର ଦର ବଢିଥିଲା । ପେଟ୍ରୋଲିୟମ କମ୍ପାନୀମାନେ ସିଲିଣ୍ଡରର ଦାମରେ ୪୩.୫ ଟଙ୍କା ବୃଦ୍ଧି କରିଥିଲେ । ସିଲିଣ୍ଡରର ଦର ବଢ଼ିବାରୁ ହୋଟେଲ ବଜାରରେ ମଧ୍ୟ ଖାଦ୍ୟ ଦର ବୃଦ୍ଧି ପାଉଛି। ବର୍ତ୍ତମାନ ଦିଲ୍ଲୀରେ ୧୯ କେଜି ବିଶିଷ୍ଟ କମର୍ସିଆଲ ସିଲିଣ୍ଡ ୧୭୩୬.୫ ଟଙ୍କାରେ ପହଞ୍ଚିଛି । ପୂର୍ବରୁ ଏହା ୧୬୯୩ ଟଙ୍କା ଥିଲା । ଏହା ଛଡା କୋଲକାତାରେ କମର୍ସିଆଲ ସିଲିଣ୍ଡର ମୂଲ୍ୟ ମଧ୍ୟ ବଢି ୧୮୦୫.୫ ଟଙ୍କା ହୋଇଯାଇଛି । ପୂର୍ବରୁ ଏହା ୧୭୭୦.୫ ଟଙ୍କା ଥିଲା । ପ୍ରତି ୧୫ ଦିନରେ ପେଟ୍ରୋଲିୟମ କମ୍ପାନୀ ଏଲପିଜି ସିଲିଣ୍ଡର ଦର ସମୀକ୍ଷା କରିଥାନ୍ତି।