ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର :ରାଜ୍ୟରେ ବର୍ତ୍ତମାନ ବର୍ଷା କମିଛି। କିନ୍ତୁ ଆଗକୁ ଆସୁଛି ଆଉ ଏକ ବାତ୍ୟା। ତେବେ ଏହାକୁ ନେଇଁ କୌଣସି ସତର୍କ ସୂଚନା ପ୍ରଦାନ କରାଯାଇ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ଅବସ୍ଥତି ବିଷୟରେ ସଠିକ ସୂଚନା ମିଳି ପାରି ନାହିଁ। ତେବେ ସବ୍ – ହିମାଲିଆନ୍ , ପଶ୍ଚିମବଙ୍ଗ ତଥା ତା’ର ଆଖପାଖ ଅଞ୍ଚଳରେ ଏକ ସାଇକ୍ଲୋନିକ୍ ସର୍କ୍ୟୁଲେସନ ମଧ୍ୟ ଲମ୍ବିଛି । ଏଥିଯୋଗୁଁ ରାଜ୍ୟର ଏକାଧିକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେଉଛି । ଗତ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଥିବାବେଳେ ଆସନ୍ତା ୨୪ ଘଣ୍ଟାରେ ୧୦ ଆଭ୍ୟନ୍ତରୀଣ ଜିଲ୍ଲାକୁ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମାରିବା ନେଇ ସତର୍କତା ଜାରି ହୋଇଛି । ଇତିମଧ୍ୟରେ ପୁଣି ବାତ୍ୟା ଚିନ୍ତା ପ୍ରକାଶ ପାଇଛି ସାଧାରଣତଃ ଅକ୍ଟୋବର ମାସରେ ଓଡ଼ିଶାକୁ ଅନେକ ବାତ୍ୟା ଆସିଛି । ୧୯୯୯ ମହାବାତ୍ୟାଠାରୁ ଆରମ୍ଭ କରି ଫାଇଲିନ୍ ଯାଏଁ ସବୁ ବାତ୍ୟା ରାଜ୍ୟକୁ ପ୍ରଭାବିତ କରିଛି ଏବେ ପୁଣି ସେହି ଅକ୍ଟୋବରରେ ପୂର୍ବ ତଥା ତତ୍ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ଦାନା ବାନ୍ଧୁଛି । ବେସରକାରୀ ପାଣିପାଗ ସଂସ୍ଥା ଜିଏଫ୍ଏସ୍ର ଆକଳନ ଅନୁସାରେ ଆସନ୍ତା ୧୭ତାରିଖ ବେଳକୁ ଏକ ବାତ୍ୟା ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।