ସନଷ୍ଟାର ଟିଭି ବ୍ୟୁରୋ
ତିର୍ତ୍ତୋଲ: ତିର୍ତ୍ତୋଲ ଥାନା ଅନ୍ତର୍ଗତ ବଣିତୋ ପଞ୍ଚାୟତ ର ଗୋଟିଏ ପରିବାର ବିଦ୍ୟୁତ ସଂସ୍ପର୍ଶରେ ଆସି ତିନି ଜଣଙ୍କ ମୃତୁ ।ଜଣେ ଗୁରୁତର ଭାବେ ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାତରିତ। ସନ୍ଧ୍ୟା ସମୟରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଥିବା ସୂଚନା ମିଳିଛି। ମୃତ ବ୍ୟକ୍ତି ହେଲେ ୪୦ ବର୍ଷ ବୟସ୍କ ପିନ୍ଟୁ ସ୍ୱାଇଁ ,ତାଙ୍କ ଧର୍ମ ପତ୍ନୀ ୩୫ ବର୍ଷୀୟ କାମିନୀ ସ୍ୱାଇଁ ଏବଂ ୧୩ ବର୍ଷର କୁନି ଝିଆ ପାପାଲି ସ୍ୱାଇଁ । କୁମର ବର ସ୍ୱାଇଁ ଯାହାଙ୍କର ବୟସ ୬୫ ବର୍ଷ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର କୁ ସ୍ଥାନାତରିତ କରାଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସମୟରେ ଚାଳ ଛପର ଘରେ ପିନ୍ଟୁ ସ୍ୱାଇଁ ଏବଂ ତାଙ୍କ ସ୍ତ୍ରୀ ଏବଂ ଝିଅ କୁ ସହିତ ଘରେ ଥିବା ସମୟରେ କୌଣଷି କାରଣରୁ ବିଦୂତ ତାର ଲାଗି ଘର ଚାର୍ଜ ହୋଇଯାଇଥିଲା ।ଯାହା ଦ୍ଵାରା ପରିବାର ର ତିନି ଜଣ ବିଦୂତ ସଂଯୋଗରେ ଆସିଥିଲେ। ତେବେ ତାଙ୍କୁ ବଞ୍ଚାଇବାକୁ ଯାଇ ପାଖ ପଡୋଶୀ କୁମାର ବର ସ୍ୱାଇଁ ମଧ୍ୟ ଗୁରୁତର ହୋଇଥିଲେ।ତେବେ ଗ୍ରାମବାସି ଙ୍କ ଦ୍ଵାରା ସମସ୍ତଙ୍କୁ ସ୍ଥାନୀୟ ମଣିଯଙ୍ଗା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ତେବେ ଡାକ୍ତର ପିନ୍ଟୁ ସ୍ୱାଇଁ ତାଙ୍କ ଧର୍ମ ପତ୍ନୀ ଏବଂ ତାଙ୍କ ଝିଅକୁ ମୃତ ଘୋଷଣା କରିବା ସହ ଭ୍ରମର ବର ସ୍ୱାଇଁ ଙ୍କୁ ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର କୁ ସ୍ଥାନତରିତ କରିଥିଲେ। ତିର୍ତ୍ତୋଲ ପୋଲିସ ମାଣିଯଙ୍ଗା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
(ତିର୍ତ୍ତୋଲ ରୁ ନିଶାକର ଦାସ ଙ୍କ ସହ ଜଗତସିଂହପୁର ରୁ ବିରୁପାକ୍ଷ ରାୟ )