ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କ୍ରମାଗତ ଚତୁର୍ଥ ଥର ଉଭୟ ପେଟ୍ରୋଲ ବୃଦ୍ଧି ପାଇଛି। ଦେଶର ଓ ଡିଜେଲର ମୂଲ୍ୟ ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ ( ଆଇଓସିଏଲ୍ ) ର ସୂଚନା ଅନୁସାରେ ରବିବାର ଭୁବନେଶ୍ବରରେ ଡିଜେଲ ୩୩ ପଇସା ଏବଂ ପେଟ୍ରୋଲ ୨୬ ପଇସା ବଢ଼ିଛି । ଫଳରେ ଏଠାରେ ଡିଜେଲ ଲିଟର ପିଛା ୯୮ , ୯୮ଟଙ୍କା । ଏବଂ ପେଟ୍ରୋଲ ୧୦୩.୨୭ ଟଙ୍କାରେ ବିକ୍ରି ହେଉଛି । ଏପରି କି ଗତ ୧୦ ଦିନ ତୈଳ ଦର ବୃଦ୍ଧି ପାଇଥିବା ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏଶନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି । ସେହିଭଳି କଟକ ସହରରେ ଡିଜେଲ ଲିଟର ପିଛା ୯୯.୩୨ ଟଙ୍କା ଓ ପେଟ୍ରୋଲ ୧୦୩.୬୨ ଟଙ୍କାରେ ପହଞ୍ଚିଛି । ନୂଆଦିଲ୍ଲୀରେ ମଧ୍ୟ ଡିଜେଲ ୩୦ ପଇସା ଏବଂ ପେଟ୍ରୋଲ ୨୫ ପଇସା ବଢ଼ିଛି । ଏହା ଫଳରେ ସେଠାରେ ଡିଜେଲ ଲିଟର ପିଛା ୯୦ , ୭୭ ଟଙ୍କା ଏବଂ ପେଟ୍ରୋଲ ୧୦୨.୩୯ ଟଙ୍କାରେ କାରବାର ହେଉଛି । ଏହି ସମୟ ମଧ୍ୟରେ ପେଟ୍ରୋଲ ୫ଥରରେ ୧.୨୫ ଟଙ୍କା ଏବଂ ଡିଜେଲ ୮ଥରରେ ୨.୧୫ ଟଙ୍କା ବଢ଼ିଥିବା ଜଣାପଡିଛି । ସେପ୍ଟେମ୍ବର ୫ରେ ଶେଷ ଥର ପାଇଁ ତୈଳ ଦର ହ୍ରାସ ପାଇଥିଲା । ସେପ୍ଟେମ୍ବର ୨୪ରୁ ଡିଜେଲ ଦର ବୃଦ୍ଧି ପାଇଚାଲିଛି ବୋଲି ତୈଳ ନିଗମ ସୂଚନା ଦେଇଛି ।