ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ସର୍ବଭାରତୀୟ ବୈଷୟିକ ପ୍ରତିଷ୍ଠାନ ( ଆଇଆଇଟି) ଖଡଗପୁର ଦ୍ବାର ପରିଚାଳିତ ‘ ଜେଇଇ ଆଡଭାନ୍ସଡ ପରୀକ୍ଷା କାଲି ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୫ ତାରିଖରେ ଏହାର ଫଳ ପ୍ରକାଶ ପାଇବ । ୧.୫ ଲକ୍ଷ ବିଦ୍ୟାର୍ଥୀ ଜେଇଇ ଆଡଭାନ୍ସଡ ପରୀକ୍ଷା ଦେଇଥିବ ଜଣା ପଡିଛି। ପେପର – ୧ ପରୀକ୍ଷ ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ସରିଥିଲା ପେପର – ୨ ପରୀକ୍ଷା ଅପରାହ୍ନ ସାଢେ ୨ଟାରୁ ସାଢେ ୫ଟା ପର୍ଯ୍ୟନ୍ତ ଚାଲିଥିଲା । ଦେଶର ୨୩ ଆଇଆଇଟି ଶିକ୍ଷାନୁଷ୍ଠାନରେ ବି.ଟେକ୍ , ବିଜ୍ଞାନରେ ସ୍ନାତକ (ବି.ଏସ ) , ବି.ଆର୍କ , ଡୁଆଳ ବି.ଟେକ୍ ଓ ଏମ୍ . ଟେକ୍ , ଡୁଆଳ ବି . ଏସ୍ ଓ ଏମ୍ . ଏସ , ଇଣ୍ଟିଗ୍ରେଟେଡ୍ ଏମ୍.ଟେକ୍ ଏବଂ ଇଣ୍ଟିଗ୍ରେଟେଡ ଏମ୍.ଏସସି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇଛନ୍ତି | ମୋଟ ୧୧ , ୨୭୯ ଆସନରେ ରାଙ୍କଧାରୀ ନାମ ଲେଖାଇବେ।