ସନଷ୍ଟାର ଟିଭି ବ୍ୟୁରୋ
କୋଲକାତା: ଭବାନୀପୁର ଉପନିର୍ବାଚନରେ ବିଜୟିନୀ ହେଲେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ସେ ବିଜେପି ପ୍ରାର୍ଥୀ ପ୍ରିୟଙ୍କାକୁ ହରାଇ ଶେଷରେ ଭବାନୀପୁର ଗଡ଼ରେ କରିବାକୁ ଯାଉଛନ୍ତି ରାଜ । ମମତା ଭୋଟ ଗଣତିର ୧୦ ରାଉଣ୍ଡ ସୁଦ୍ଧା ମମତା ୩୧ ହଜାର ୬୪୫ ଭୋଟରେ ଆଗୁଆ ଥିଲେ । ଏହି ବିଧାନସଭା ଆସନ ପାଇଁ ମୋଟ ୨୧ରାଉଣ୍ଡରେ ଭୋଟ ଗଣତି ହୋଇଥିଲା । ଶେଷରେ ବିଜୟର ମୁକୁଟ ପିନ୍ଧିଛନ୍ତି ଦିଦି । ସେ ୫୮ ହଜାରରୁ ଊର୍ଦ୍ଧ୍ବ ଭୋଟରେ ରେକର୍ଡ ବିଜୟ ହାସଲ କରିଛନ୍ତି ।