ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ଜାତିର ପିତା ହେଉଛନ୍ତି ଗାନ୍ଧୀ। ଅହିଂସାର ପୂଜାରୀ ହେଉଛନ୍ତି ଗାନ୍ଧୀ। ଗାନ୍ଧୀଙ୍କ ପୂର୍ଣ୍ଣ ନାମ ହେଉଛି ମୋହନ ଦାସ କରମଚାନ୍ଦ ଗାନ୍ଧୀ। ତାଙ୍କ ଜନ୍ମଦିନ ଅକ୍ଟୋବର ୨କୁ ସମଗ୍ର ଭାରତବର୍ଷରେ ‘ ଗାନ୍ଧୀ ଜୟନ୍ତୀ ’ ଭାବେ ପାଳନ କରାଯାଏ । ଭାରତର ସ୍ଵାଧୀନତା ଆନ୍ଦୋଳନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ମହାତ୍ମା ଗାନ୍ଧୀ ତାଙ୍କ ଅହିଂସା ଆନ୍ଦୋଳନ ଶେଷ ପର୍ଯ୍ୟନ୍ତ ଜାରି ରଖିଲେ । ସତ୍ୟ , ଅହିଂସାର ଆଦର୍ଶ ପାଇଁ ପରଚିତ ମହାତ୍ମା ଅନ୍ୟମାନଙ୍କୁ ମଧ୍ୟ ଅନୁପ୍ରାଣିତ କରିଥିଲେ। ୧୮୬୯ ଅକ୍ଟୋବର ୨ରେ ପୋରବନ୍ଦରଠାରେ ସେ ଜନ୍ମଗ୍ରହଣ କରିଥିଲେ । କେବଳ ଭାରତ ନୁହେଁ , ବରଂ ବିଦେଶୀ ରାଷ୍ଟ୍ରରେ ମଧ୍ୟ ସେ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ୧୮୮୮ରେ ସେ ବିଦେଶ ଯାତ୍ରା କରିଥିଲେ ଓ ୧୯୧୫ବେଳକୁ ଭାରତ ଫେରିଥିଲେ ମହାମା ଗାନ୍ଧୀ । ଭାରତବର୍ଷର ସ୍ଵାଧୀନତା ନିମନ୍ତେ ସେ ହିଁ କର୍ଣ୍ଣଧାର ଥିଲେ । ଗାନ୍ଧୀଙ୍କ ସ୍ମତିରେ ଏହି ଜୟନ୍ତୀ ଭାରତରେ ପାଳନ କରାଯାଇଥାଏ । ତାଙ୍କର ଚିନ୍ତାଧାରା ସମସ୍ତଙ୍କ ଠାରୁ ଭିନ୍ନ ଥିଲା। ସେ ବହୁତ କମ କଥା କୁହନ୍ତି ,ଆଉ ତାଙ୍କର କଥା ବହୁତ ସଂକ୍ଷିପ୍ତ ଥାଏ। ସେ ବିଶ୍ବାସ କରନ୍ତି ଯେ ଛୋଟ ଆଉ ଠିକ୍ ଉତ୍ତର ଦେବା ଦ୍ୱାରା ଆମର ସମୟ ଆଉ ଶକ୍ତି ବଞ୍ଚେ। ଦେଶ ସ୍ବାଧୀନ ହେବାରେ ତାଙ୍କର ଅବଦାନ ଅତୁଳନୀୟ। ସେଥିଲାଗି ତାଙ୍କୁ ଜାତିର ପିତା ବୋଲି ସମ୍ବୋଦ୍ଧିତ କରାଯାଏ। ବର୍ତ୍ତମାନ ପର୍ଯ୍ୟନ୍ତ ବହୁ ଲୋକ ଗାନ୍ଧୀଙ୍କ ଦ୍ବାରା ପ୍ରେରିତ ହୋଇ ତାଙ୍କର ପଥରେ ଚାଲୁଛନ୍ତି। ତାଙ୍କର ନମ୍ର ସ୍ବଭାବ ପାଇଁ ସେ ସର୍ବଦା ନମନୀୟ। ଗାନ୍ଧୀ କୁହନ୍ତି ଯଦି ତୁମକୁ କେହି ଗୋଟିଏ ଗାଲରେ ମାରୁଛି ତେବେ ତାଙ୍କୁ ଆଉ ଗୋଟିଏ ଗାଲ ଦେଖାଇଦିଏ। ସେ କେବେ ଭି ହିଂସାକୁ ପ୍ରୋଚ୍ଛାହନ ଦିଅନ୍ତି ନାହିଁ। ଏବଂ ତାଙ୍କର କହିବା ଅନୁଯାୟୀ ଆମେ ଅନ୍ୟକୁ କିଛି କହିବା ପୂର୍ବରୁ ସେହି କାର୍ଯ୍ୟ ନିଜେ କରିବା ଆବଶ୍ୟକ। ସେଥିପାଇଁ ଲବଣ ସତ୍ୟାଗ୍ରହ କରିବା ପୂର୍ବରୁ ସେ ନିଜେ ଲବଣ ତ୍ୟାଗ କରିଥିଲେ। ଜେଲରେ ରହି ମଧ୍ୟ ତାଙ୍କର ନମ୍ର ଏବଂ ଭଦ୍ରତା କୁ ଦେଖି ଲୋକ ମାନଙ୍କର ମୁଣ୍ଡ ଗାନ୍ଧିଜୀଙ୍କ ଆଗରେ ସମ୍ମାନର ସହ ନଇଁ ଯାଉଥିଲା। ଆଜି ହେଉଛି ସେହି ମହାତ୍ମାଙ୍କର ଜନ୍ମବର୍ଷ । ଦେଶ ତାଙ୍କର ବଳିଦାନକୁ ସର୍ବଦା ମନେ ରଖିଛି।