ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଗୁଜରାଟର ଅହମ୍ମଦାବାଦସ୍ଥିତ କମ୍ପାନୀ ଦ୍ବାରା ପ୍ରସ୍ତୁତ ଜାଇକୋଭ – ଡି କୋଭିଡ୍ ଟିକା ଖୁବଶୀଘ୍ର ମାର୍କେଟକୁ ଆସିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ୧୨ରୁ ୧୮ ବର୍ଷର ପିଲାଙ୍କ ନିମନ୍ତେ ଏହା ଏକ ଛୁଞ୍ଚି ବିହୀନ ଟିକା ରହିବ ବୋଲି ସୂଚନାମିଳିଛି । ଏହାର ଜରୁରିକାଳୀନ ବ୍ୟବହାର ନିମନ୍ତେ ଡିସିଜିଆଇ ( ଡ୍ରଗସ କଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ) ଅନୁମତି ଦେଇସାରିଛନ୍ତି । ଏହି ଟିକାର ବିକ୍ରି ମୂଲ୍ୟ କେତେ ବର୍ତ୍ତମାନ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇ ନାହିଁ। ସେଥିନେଇ କମ୍ପାନୀ ସହ ଆଲୋଚନା ଚାଲିଥିବାର ସ୍ବାସ୍ଥ୍ୟ ସଚିବ କହିଛନ୍ତି । ଭାରତରେ ପ୍ରଚଳିତ ଅନ୍ୟ କୋଭିଡ୍ ଟିକା ତୁଳନାରେ ଏହା ଭିନ୍ନ ହୋଇଥିବାରୁ ଏହା ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟାରେ ବିଳମ୍ବ ଘଟୁଥିବା କୁହାଯାଇଛି । ତେବେ ଏହା ଖୁବ ଶୀଘ୍ର ମାର୍କେଟକୁ ଆସିବ ବୋଲି ସୂଚନା ଦିଆଯାଇଛି।