ସନଷ୍ଟାର ଟିଭି ବ୍ୟୁରୋ
ଜଳେଶ୍ବର: ଜଳେଶ୍ବର ରାଜପୁର ଗ୍ରାମରୁ କାଲି ସନ୍ଧ୍ୟାରେ ଅବକାରୀ ବିଭାଗ୨୪୦ ଗ୍ରାମ ଧଳା ଜହର ଜବତ କରିଛି। ଯୁବକ ର ଘର ମୟୁରଭଞ୍ଜ ବୋଲି ଜଣା ପଡ଼ିଛି। ସେ ଜଳେଶ୍ୱରଅଞ୍ଚଳରୁ ଧଳା ଜହର କିଣି ଫେରିବା ସମୟରେ ଅବକାରୀ ବିଭାଗ ହାତରେ ଧରା ପଡିଛି। ସେହିପରି ଜଳେଶ୍ବର ପୋଲିସ ଝାଡେଶ୍ବରପୁର ଅଞ୍ଚଳରେ ଚଢ଼ାଉ କରି ୩ ଜଣକୁ ଗିରଫ କରିଛି। ସେମାନଙ୍କ ପକ୍ଷରୁ ଆନୁମାନିକ ୩୦୦ ଗ୍ରାମ ର ଧଳା ଜହର ଜବତ କରି ପୋଲିସ ତଦନ୍ତ ଜାରି ରଖିଛି। କାଲି ଅବକାରି ଓ ପୋଲିସ ୫୫ଲକ୍ଷ ରୁ ଉର୍ଦ୍ଧ ଧଳା ଜହର ଜବତ କରିଛି। ଦିନକୁ ଦିନ ଜଳେଶ୍ବର ସହରରେ ଧଳା ଜହର ର ପ୍ରାଦୁର୍ଭାବ ବଢ଼ି ଚାଲି ଥିବାବେଳେ ଏହାକୁ ରୋକ ଦେବା ପାଇଁ STF, ଅବକାରୀ, ପୋଲିସ ଚଢ଼ାଉ କରି ଧଳା ଜହର ଜବତ କରୁ ଥିଲା ବେଳେ ଏହାର ରୋକ ଲାଗି ପାରୁ ନାହିଁ । କାଲିରାତି ୯ ଘଟିକା ସମୟରେ ଜଳେଶ୍ବର ପୋଲିସ ପକ୍ଷରୁ ୨୦ଜଣିଆ ଟିମ ଜଳେଶ୍ବର ଥାନା ଝାଡେଶ୍ୱରପୁର ଅଞ୍ଚଳରେ ଚଢ଼ାଉ କରି ଆନୁମାନିକ ୩୦୦ଗ୍ରାମର ଧଳା ଜହର ଜବତ କରିଛି। ଗିରଫ ମାନଙ୍କର ଘର ଝାଡେଶ୍ୱର ପୁରଗ୍ରାମରେ । ଏହି ଚଢ଼ାଉ ରେ ଜଳୋଶ୍ବର ଆଇଆଇସି ପ୍ରଜ୍ଞାମହାନ୍ତି, ଏସଡିପିଓ ଅଙ୍କିତା କୁମ୍ଭାର, ଏସଆଇ ଭୁବନ ମୋହନ ସେଠୀ ସହିତ ପଦସ୍ଥ ଅଫିସରେ ଉପସ୍ଥିତ ଥିଲେ। ବାଲେଶ୍ୱର ଜିଲ୍ଲା ଜଳେଶ୍ବର ସହର ଧଳା ଜହର ର ପେଣ୍ଠ ସ୍ଥଳୀ ପାଳିଟି ଯାଇଛି। ଅବକାରୀ ବିଭାଗ ,STF ଓ ପୋଲିସ ବାରମ୍ବାର ଚଢ଼ାଉ କରିବାରୁ ସେମାନଙ୍କୁ ଚକ୍ଷ୍ମା ଦେବା ପାଇଁ ଧଳା ଜହର ବେପାରୀ ମାନେ ନୂଆ ନୂଆ ପନ୍ଥା ଅପଣାଉଛନ୍ତି। ଗତ ଏକ ମାସ ମଧ୍ୟରେ ଜଳେଶ୍ବର ରୁ ୪,୫୦୦କେଜି ଧଳା ଜହର ଜବତ କରାଯାଇଛି। ଏତେ ମାରଥନ ଚଢ଼ାଉ ପରେ ମଧ୍ୟ ଧଳାଜହର ବ୍ୟବସାୟରେ ରୋକ ଲାଗି ପାରୁ ନାହିଁ । ( ରିର୍ପୋଟ:ଆଲୋକ ଚନ୍ଦ୍ର ଘଡେଇ)