ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜାଦି କା ଅମୃତ ମହୋତ୍ସବ ସପ୍ତାହ ପାଳନ ଅବସରରେ ବିଏମସି ତରଫରୁ ସ୍ୱଚ୍ଛ ଓଡ଼ିଶା ସୁସ୍ଥ ଓଡ଼ିଶା କାର୍ଯ୍ୟକ୍ରମ ଏସପ୍ଲାନେଡ ମଲ ଠାରେ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଆବର୍ଜନା କୁ କିପରି ପୁନଃକାର୍ଯ୍ୟକ୍ଷମ କରିହେବ ସେ ବିଷୟରେ ବିଭିନ୍ନ ଏନଜିଓ(ngo)କାର୍ଯ୍ୟକର୍ତ୍ତା ଙ୍କ ଦ୍ଵାରା ସଚେତନତା କରାଯାଇଥିଲା । ଜଳର ସୁ ବିନିଯୋଗ , ପରିବେଶକୁ ପରିଷ୍କାର ରଖିବା ସହ ଡେଙ୍ଗୁ ରୋଗ ନହେବାପାଇଁ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଅଭିନୟ ମାଧ୍ୟମରେ ଏକ ସଚେତନତା କାର୍ଯ୍ୟକ୍ରମ କରିଥିଲେ । ବିଏମସି ର ପ୍ରାୟ ୮ ଟି ୱାର୍ଡ ର ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ଦ୍ଵାରା ଆବର୍ଜନା ସୁପରିଚାଳନା ସହ ଏହାର ପୂର୍ଣ୍ଣ ବ୍ୟବହାର ପାଇଁ ଆର୍ଟ ମାଧ୍ୟମରେ ପ୍ରଦର୍ଶନୀ କରିଯାଇଥିଲା । ତାସହ ବିଏମସି ର ସଫେଇ କର୍ମଚାରୀ ଙ୍କ ଦ୍ଵାରା ସହର କୁ ସ୍ୱଚ୍ଛ ଓ ସୁସ୍ଥ ରଖିବା ପାଇଁ ଅଭିନୟ ମାଧ୍ୟମରେ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମେୟର ବର୍ତ୍ତମାନର ବିଧାୟକ ଅନନ୍ତ ଜେନା , ମୋ ପରିବାର ସଂଗଠନ ଆବାହକ ଅରୂପ ପଟ୍ଟନାୟକଙ୍କ ଦ୍ବାର ବିଏମସି କର୍ମଚାରୀ ଓ ଏସଏଚଜି(SHG) ମହିଳା ମାନଙ୍କ ଦ୍ଵାରା ସ୍ବଚ୍ଛତା ପାଇଁ ଅଭିନବ ପ୍ରୟାସ କୁ ପ୍ରଶଂସା କରିଥିଲେ । ଏହାସହ ବିଏମସିର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ଉପସ୍ଥିତ ଥିବା ସମସ୍ତ ଲୋକ ଭୁବନେଶ୍ବରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାକୁ ଶପଥ ନେଇଥିଲେ। ବିଏମସିର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ଭୁବନେଶ୍ଵର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବାସହ ସ୍ୱଚ୍ଛ ଓ ସୁନ୍ଦର ଭୁବନେଶ୍ଵର ପାଇଁ ବିଏମସିର ସବୁବେଳେ କାର୍ଯ୍ୟକରୁଛି ଏବଂ ଆଗକୁ ଅନେକ କାର୍ଯ୍ୟ କରିବାର ଅଛି ବୋଲି କହିଥିଲେ। (ରିର୍ପୋଟ :ଆଶିଷ କୁମାର ରାଉତ)