ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଉତ୍ତର ଝାଡ଼ଖଣ୍ଡ ଓ ଏହାର ନିକଟବର୍ତ୍ତୀ ବିହାର ଉପରେ ଏକ ଲଘୁଚାପ ରହିଥିବାବେଳେ ଦକ୍ଷିଣ ବିହାର ଓ ଝାଡ଼ଖଣ୍ଡ ମଧ୍ୟରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟିହୋଇଛି। ଏହା ଉତ୍ତର ପୂର୍ବ ଆରବ ସାଗର ଅଭିମୁଖେ ଗତିକରିବା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏହି ଘୂର୍ଣ୍ଣିବଳୟର ପ୍ରଭାବ ୫ ତାରିଖ ପର୍ଯ୍ୟନ୍ତ ଉତ୍ତର ପଶ୍ଚିମ ଭାରତ ଉପରେ ରହିବ । ଲଘୁଚାପ ଓ ଘୂର୍ଣ୍ଣିବଳୟ ପ୍ରଭାବ ଯୋଗୁଁ ଏବେ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଥିବା ବେଳେ ଆସନ୍ତା ୬ ତାରିଖ ବେଳକୁ ଉତ୍ତର ପଶ୍ଚିମ ଭାରତର କେତେକ ଅଞ୍ଚଳରୁ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଉଛି । ତେବେ ଏହା ସମ୍ପୂର୍ଣ୍ଣ ପ୍ରତ୍ୟାହୃତ ହେବାକୁ ଆଉ ସପ୍ତାହେ ଲାଗିବ ବୋଲି ସୂଚନା ମିଳିଛି । ଲଘୁଚାପ ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନୂଆପଡା , ବଲାଙ୍ଗିର , ସୋନପୁର , ବୌଦ୍ଧ , ବରଗଡ , ସମ୍ବଲପୁର , ଝାରସୁଗୁଡା , ଦେବଗଡ , ସୁନ୍ଦରଗଡ , କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ।