ସନଷ୍ଟାର ଟିଭି ବ୍ୟୁରୋ

ଚାନ୍ଦୋଳ: ଗତକାଲି ରାତିରେ ପାଟକୁରା, ଡେରାବିଶ ଚାନ୍ଦୋଳ ରେ ବେଆଇନ ଗୋରୁ ଚୋରା ଚାଲାଣ କରିବା ସମୟରେ ଖମୋଳ ଛକ ନିକଟରେ ଏକ ଗୋରୁ ବୋଝେଇ ଟ୍ରକରୁ ୩୨ଗୋଟି ଗାଈ ସହିତ ଦୁଇ ଜଣ ବ୍ୟକ୍ତିଙ୍କୁ ଅଟକ କରିଛି ଚାନ୍ଦୋଳ ଫାଣ୍ଡି ପୋଲିସ। ପୋଲିସ ଘଟଣା ମୁତାବକ କଟକ ଚାନ୍ଦବାଲି ରୋଡ ରେ ଏକ ଟ୍ରକ ରେ ଗୋରୁ ଚାଲାଣ ର ଖବର ଚାନ୍ଦୋଳ ଫାଣ୍ଡି ଅଧିକାରୀ ଜାଣିବାକୁ ପାଇଥିଲେ। ସେଇ ଗାଡ଼ିକୁ ଧରିବା ପାଇଁ ଚେଷ୍ଟା କରାଯାଇଥିଲା। ପରେ ଖମୋଳ ଛକରେ ଉକ୍ତ ଗାଡ଼ି ସହ ୩୨ଗୋଟି ଗାଈ ଏବଂ ତା ସହ ୨ଜଣ ଗୋଚାଲାଣକାରୀଙ୍କୁ ଧରିଛନ୍ତି । ପରେ ବଜରଙ୍ଗ ଦଳ ଏବଂ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ସମସ୍ତ ଗୋରୁ ଙ୍କୁ ଗାଡିରୁ ଓହ୍ଲାଇ ଏକ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ହେଲେ ସାଧାରଣରେ ଲୋକମାନଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି କି ଏଭଳି ଘଟଣା ଆଜି ନୁହେଁ ଏମିତି ବହୁତ ବାର ଘଟୁଛି। ହେଲେ କାହିଁକି ଏବଂ କଣ ପାଇଁ ଏଭଳି ଗୋ ଚାଲାଣ ହେଉଛି ସରକାର ଏଥିପ୍ରତି କେବେ ଦୃଷ୍ଟି ଦେବେ ? ଯେଉଁମାନେ ଏହିଭଳି ଗୋ ଚାଲାଣ ରେ ସମ୍ପୃକ୍ତ ରହୁଛନ୍ତି ସେମାନଙ୍କ ପ୍ରତି କଠୋର କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ଉଠୁଛି ।