ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ଜାପାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ରାଜନେତା ସୋସିଆଲ ମିଡିଆରେ ସେତେଟା ଟାଇମ ଦିଅନ୍ତି ନାହିଁ। କିନ୍ତୁ ଦେଶର ଶାସକ ଦଳର ନେତୃତ୍ୱ ନେବାକୁ ମନୋନୀତ ହେବା ପରେ ରାତାରାତି ତାଙ୍କର ପ୍ରିୟ ଖାଦ୍ୟର ଏକ ଫଟୋ ଟ୍ୱିଟର ବ୍ୟବହାରକାରୀଙ୍କ ମନରେ ଉତ୍ସାହ ସୃଷ୍ଟି କରିଛି।
ଲିବରାଲ୍ ଡେମୋକ୍ରାଟିକ୍ ପାର୍ଟିର ନେତା ଭାବରେ ଫୁମିଓ କିଶିଡାଙ୍କ ପ୍ରଥମ ପୋଷ୍ଟ ୩୦,୦୦୦ ରୁ ଅଧିକ ଲାଇକ୍ ପାଇଥିବାବେଳେ ବୁଧବାର ତାଙ୍କର ରାତ୍ରୀ ଭୋଜନର ପୋଷ୍ଟ ବହୁତ ଚର୍ଚ୍ଚିତ ହେବାର ଲାଗିଛି।
କିଶିଡା ଟ୍ୱିଟ କରି କହିଛନ୍ତି ଯେ, ଯେତେବେଳେ ମୁଁ ଘରେ ପହଞ୍ଚିଲି, ମୋ ପତ୍ନୀ ୟୁକୋ ମୋତେ ଓକୋନୋମିୟାକି କରିଥିଲେ। କାରଣ ମୁଁ କହିଥିଲି ଯେ ସେ ଇନଷ୍ଟାଗ୍ରାମରେ ଲାଇଭରେ ତିଆରି କରୁଥିବା ଖାଦ୍ୟକୁ ମୁଁ ଭଲ ପାଏ। “ଏହା ସର୍ବଦା ବହୁତ ସ୍ୱାଦିଷ୍ଟ ଥାଏ, କିନ୍ତୁ ଆଜି ଏହା ଏତେ ସ୍ୱାଦିଷ୍ଟ ଥିଲା ଯେ ମୁଁ ଏହାକୁ ମୋର ଜୀବନ କାଳରେ ଭୁଲି ପାରିବି ନାହିଁ , ଧନ୍ୟବାଦ।”
ଯେଉଁମାନେ ଓକୋନୋମିୟାକି ସହିତ ପରିଚିତ ନୁହଁନ୍ତି, ଏହା ଏକ ପ୍ୟାନକେକ୍। ଯାହା ଭିତରେ କୋବି ପୁର ଭର୍ତ୍ତି କରାଯାଇଥାଏ। ଏହାକୁ ଗ୍ରିଡରେ ସେକା ଯାଇଥାଏ। ଏହା ଉପରେ ମାଂସ ଏବଂ ମାଛ ପରି ବିଭିନ୍ନ ସସ୍ ସହ ରନ୍ଧା ଯାଇଥାଏ। ବର୍ତ୍ତମାନ ତାଙ୍କ ଟ୍ୱିଟରରେ ପ୍ରାୟ ୧୮୦,୦୦୦ ଅନୁସରଣକାରୀ ଅଛନ୍ତି।