ସନଷ୍ଟାର ଟିଭି ବ୍ୟୁରୋ

ରିର୍ପୋଟ: ବଲିଉଡର କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେଶକର ତାଙ୍କ ସୁମଧୁର ସ୍ୱର ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଯେଉଁଥିପାଇଁ ସେ ଭାରତର ନାଇଟାଙ୍ଗଲ ଭାବରେ ଖୁବ ଜଣାଶୁଣା । ୧୯୨୯ ମସିହାରେ ଇନ୍ଦୋରରେ ଜନ୍ମ ହୋଇଥିବା ଏହି ଗାୟକ ଆଜି ତାଙ୍କର ୯୨ତମ ଜନ୍ମଦିନପାଳନ କରୁଛନ୍ତି। ୧୯୪୫ ମସିହାରେ ସେ ନିଜ ପରିବାର ସହିତ ମୁମ୍ବାଇ ଆସିଥିଲେ ଏବଂ ପ୍ରାରମ୍ଭରେ ଗୀତ ଗାଇବା ଆରମ୍ଭ କରିଥିଲେ। ସେ ଅଭିନୟରେ ମଧ୍ୟ ଚେଷ୍ଟା କରିଥିଲେ କିନ୍ତୁ ଗୀତ ଗାଇବା ସର୍ବଦା ତାଙ୍କର ପ୍ରକୃତ ଉତ୍ସାହ ଥିଲା। ମଜବୁର ଚଳଚ୍ଚିତ୍ରରୁ ତାଙ୍କର ପ୍ରଥମ ଗୀତ 'ଦିଲ୍ ମେରା ତୋଡା’ ଯାହାକି ୧୯୪୮ମସିହାରେ ପରଦାକୁ ଆସିଥିଲା। ସେ ଲାଗ ଜା ଗଲେ, ରୁକ୍ ଭୀ ଜାଓ ଜାନା , ଆଜ୍ କାଲ୍ ପାଓନ୍ ଜାମିନ୍ ପର ଭଳି ପରି ଅନେକ ରୋମାଣ୍ଟିକ୍ ଗୀତ ଗାଇ କୋଟି କୋଟି ଲୋକଙ୍କର ମନ କିଣିଛନ୍ତି। ୟେ ମେରି ବତନ କି ଲୋଗୋ ତାଙ୍କର ଅନେକ ହିଟ ଗୀତ ମଧ୍ୟରୁ ଗୋଟିଏ। ଲୋକଙ୍କର କହିବା ଅନୁସାରେ ଲତାଙ୍କର କଣ୍ଠରେ ମାଁ ସରସ୍ବତୀ ବିଦ୍ୟାମାନ ଅଛନ୍ତି ।

ସେ ତାଙ୍କ କୋକିଳ କଣ୍ଠର ପ୍ରଶଂସକ କେବଳ ଭାରତବାସୀଙ୍କୁ ନୁହେଁ ବରଂ ଅନ୍ୟଦେଶରେ ବହୁତ ଅଛନ୍ତି। ତାଙ୍କ ସମସ୍ତ ଗୀତଗୁଡ଼ିକ ଏପର୍ଯ୍ୟନ୍ତ ସତେଜ ଏବଂ ତାଙ୍କ ପ୍ରଶଂସକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଆଜି ସେ ୯୨ବର୍ଷ ବୟସରେ ପାଦ ଦେଇଛନ୍ତି।

ତାଙ୍କର ଜନ୍ମଦିନ ଅବସରରେ ପ୍ରଧାନ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଦେଶର ବହୁ ପରିଚିତ ବ୍ୟକ୍ତି ବିଶେଷ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।