ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: କାଶ୍ମୀରରୁ ଆସିଥିବା ହିନା ଖାନ ପ୍ରକାଶ କରିଛନ୍ତି ଯେ ତାଙ୍କ କମ ରଙ୍ଗ ଯୋଗୁଁ ତାଙ୍କ ହାତରୁ କାଶ୍ମୀରର ଝିଅର ଭୂମିକା ସେ ହରାଇ ବସିଥିଲେ। ହିନାଙ୍କ କହିବା ଅନୁସାରେ ସେ ସେହି ଚରିତ୍ରକୁ ସମ୍ପୂର୍ଣ୍ଣ ନ୍ୟାୟ ଦେଇପାରିଥାନ୍ତେ କାରଣ ସେ ଭାଷାକୁ ବହୁତ ଭଲଭାବେ ବୁଝି ପାରନ୍ତି ଏବଂ କହି ପାରନ୍ତି। ଯେତେ ବେଳେ ତାଙ୍କ ରଙ୍ଗକୁ ନେଇ ତାଙ୍କୁ ଏହି ଭୂମିକା ମିଳିଲା ନାହିଁ ସେ ପ୍ରକୃତରେ ବହୁତ ଖରାପ ଅନୁଭବ କରିଥିଲେ।
ଏକ ସାକ୍ଷାତକାରରେ ହିନା କହିଛନ୍ତି, “ଏମିତି କିଛି ସମୟ ଅଛି ଯେଉଁଠାରେ ମୁଁ ବୋଧହୁଏ କାହାଣୀ ପସନ୍ଦ କରେ ନାହିଁ କିନ୍ତୁ ମୁଁ ସେ ଚରିତ୍ର କରିବାକୁ ଚାହେଁ ନାହିଁ, କିନ୍ତୁ ଏମିତି କିଛି ସମୟ ଅଛି ଯେଉଁଠାରେ ତୁମେ ବୋଧହୁଏ ଗୋଟିଏ ଚରିତ୍ର ପାଇଁ ବହୁତ ଆଗ୍ରହୀ ଥାଅ ,କିନ୍ତୁ ବିଭିନ୍ନ କାରଣରୁ ଏହା କାର୍ଯ୍ୟକାରୀ ହୁଏ ନାହିଁ । ”
ସେ ଆହୁରି ମଧ୍ୟ କହିଛନ୍ତି,ଯେ “ ମୋର ମନେ ଅଛି ଯେ ମୁଁ କାଶ୍ମୀରି ଝିଅଙ୍କ ପରି ଯଥେଷ୍ଟ ଦେଖା ଯାଉନଥିବାରୁ ମୁଁ ଏକ ପ୍ରୋଜେକ୍ଟ କରିପାରି ନଥିଲି । ମୁଁ କାଶ୍ମୀରୀ ଏବଂ ମୁଁ ସ୍ବଚ୍ଛ ଭାବରେ ଭାଷା କହିପାରେ କିନ୍ତୁ ମୋର ରଙ୍ଗ କମ ହୋଇଥିବାରୁ ମୁଁ ଏହି ରୋଲ ପାଇ ପାରିଲି ନାହିଁ। ଏହା ପାଇଁ ମୁଁ ପ୍ରକୃତରେ ବହୁତ ଖରାପ ଅନୁଭବ କଲି । ଯେତେବେଳେ ଆପଣ ଭାଷାକୁ ଏତେ ଭଲ ଭାବରେ ଜାଣିଥିବେ, ବୋଧହୁଏ ଆପଣ ସେହି ଚରିତ୍ରରେ ଚମତ୍କାର କାର୍ଯ୍ୟ କରିଥାନ୍ତେ, କିନ୍ତୁ ମୁଁ କାଶ୍ମୀରୀ ଭଳି ଦେଖାଯାଉ ନ ଥିବାରୁ ମୁଁ କାଷ୍ଟ ହୋଇପାରିଲି ନାହିଁ। ହେଲେ ମୁଁ କଦାପି ଆଶା ହରାଇବି ନାହିଁ, ମୁଁ ହାର ମାନିବି ନାହିଁ ,ମୁଁ ମୋର ଚେଷ୍ଟା ଜାରି ରଖିଛି। ଆଗକୁ ମଧ୍ୟ ଜାରି ରଖିବି।
୨୦୦୯ ରେ ହିନା ତାଙ୍କର ଡେବ୍ୟୁ ସୋ ‘ୟେ ରିସ୍ତା କୟା କେହଲତା ହୈ’ ଙ୍କ ସହ ସୁନାମ ଅର୍ଜନ କରିଥିଲେ। ସେ ଅକ୍ଷରା ସିଙ୍ଘାନିଆ ର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ସେ ଖତ୍ରୋ କେ ଖିଲାଡି ୮ ଏବଂ ବିଗ୍ ବସ୍ ୧୧ଭଳି ରିଆଲିଟି ସୋ ରେ ମଧ୍ୟ ଭାଗ ନେଇଥିଲେ ଏବଂ ଉଭୟରେ ପ୍ରଥମ ରନର୍ ଅପ୍ ଭାବରେ ଶେଷ କରିଛନ୍ତି । ବର୍ତ୍ତମାନ ଓ୍ବେବ ସରିଜରେ ତାଙ୍କୁ ଦେଖିବାକୁ ମିଳୁଛି।