ସନଷ୍ଟାର ଟିଭି ବ୍ୟୁରୋ
କୋଲକାତା: ଫାଇନ ଦେବେ ଦାଦା। କଲିକତା ହାଇକୋର୍ଟର ଡିଭିଜନ୍ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଉପରେ ୧୦,୦୦୦ ଟଙ୍କାର ଜୋରିମାନ ଲାଗାଇଛନ୍ତି। ସରକାରଙ୍କ ତଥା ପଶ୍ଚିମବଙ୍ଗ ଗୃହ ନିର୍ମାଣ ଭିତ୍ତିଭୂମି ବିକାଶ ନିଗମ ଜମି ବଣ୍ଟନକୁ ନେଇ ଏହି ଜୋରିମାନା ଲାଗାଇଛି।ହାଇକୋର୍ଟ ଗାଙ୍ଗୁଲିଙ୍କ ଉପରେ ୧୦ ହଜାର ଟଙ୍କା, ସେହିପରି ପଶ୍ଚିମବଙ୍ଗ ସରକାରଙ୍କ ଉପରେ ୫୦ହଜାର ଟଙ୍କା ଓ ନିଗମ ବିକାଶ ନିଗମ ଉପରେ ୩୦ହଜାର ଟଙ୍କାର ଜରିମାନା ଲଗାଇଛନ୍ତି।
ସୁଚନାଅନୁଯାୟୀ ଗାଙ୍ଗୁଲି କୋଚିଙ୍ଗ ଦେବା ପାଇଁ ରାଜ୍ୟସରକାର ନ୍ୟୁଟାଉରେ ନିୟମକୁ ଉଲ୍ଲଘନ କରି ଜମି ଯୋଗାଇଥିଲେ। ଏନେଇ ହାଇକୋର୍ଟରେ ପିଆଇଏଲ ଫାଇଲ ହୋଇଥିଲା।ଯେଉଁଥିରେ ୨ଏକକରର ଜମିକୁ ପ୍ରଶ୍ନ ଉଠିଥିଲା।
ଅଦାଲତ କହିଛନ୍ତି, “ଦେଶ ସର୍ବଦା କ୍ରୀଡ଼ାବିତ୍ମାନଙ୍କ ସହ ରହିଛି। ବିଶେଷ କରି ଯେଉଁମାନେ ଅନ୍ତର୍ଜାତୀୟ ଇଭେଣ୍ଟରେ ଦେଶକୁ ପ୍ରତିନିଧିତ୍ୱ କରନ୍ତି। ଏହା ମଧ୍ୟ ଏକ ସତ୍ୟ ଯେ ସୌରଭ ଗାଙ୍ଗୁଲି କ୍ରିକେଟ୍ ରେ ଦେଶକୁ ପୁରସ୍କାର ଆଣିଛନ୍ତି।
“କିନ୍ତୁ ଯେତେବେଳେ ଆଇନ କଥା ଆସେ, ଆମର ସାମ୍ବିଧାନିକ ଯୋଜନା ହେଉଛି ଯେ ସମସ୍ତେ ସମାନ ଅଟନ୍ତି ଏବଂ ଆଇନ୍ ଉପରେ କେହି ସ୍ବତନ୍ତ୍ର ବୋଲି ଦାବି କରିପାରିବେ ନାହିଁ । ସୂଚନାଅନୁଯାୟୀ ୨୦୧୬ ମସିହାରେ ଏହି ଜମିକୁ ନେଇ କୋର୍ଟରେ ଆବେଦନ ହୋଇଥିଲେ।