ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ପୃଥିବୀ ସାରା ୧୯୮୦ ମସିହାରୁ ଆଜିର ଦିବସକୁ ଜାତିସଂଘର ବିଶ୍ଵ ପର୍ଯ୍ୟଟନ ସଂଘ ( ୟୁଏନଡବଲ୍ୟୁଟିଓ ) ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ ଭାବେ ପାଳନ କରାଯାଇ ଆସୁଛି । ସୂଚନା ଥାଉ କି , ୧୯୭୦ ସେପ୍ଟେମ୍ବର ୨୭ ତାରିଖରେ ହିଁ ୟୁଏନଡବଲ୍ୟୁଟିଓକୁ ମାନ୍ୟତା ମିଳିଥିଲା । ଜାତିସଂଘର ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଆଣ୍ଟୋନିଓ ଗୁଟେରସ୍ ଙ୍କର କଥାରେ, ପର୍ଯ୍ୟଟନର ଶକ୍ତି ଏବଂ ସାମର୍ଥ୍ୟକୁ ସ୍ୱୀକୃତି ଦେବା ତଥା ଅନ୍ତର୍ଭୂକ୍ତ, ନିରନ୍ତର ବିକାଶ ପାଇଁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଏ। ୟୁଏନଡବଲ୍ୟୁଟିଓ( UNWTO) ର ବର୍ତ୍ତମାନର ସେକ୍ରେଟେରୀ ଜେନେରାଲ୍ ଜୁରାବ ପୋଲିକାଶ୍ଭିଲି କୁହନ୍ତି, ଏହି ଦିନ ପାଳନ କରି ଆମେ ଆମର ପ୍ରତିବଦ୍ଧତାକୁ ଦର୍ଶାଇଛୁ ଯେ ପର୍ଯ୍ୟଟନ ବଢ଼ବା ସହିତ ଆମର ବ୍ୟାପକ ତଥା ବିବିଧ କ୍ଷେତ୍ରରେ ଅଗ୍ରଗତି କରିବା।
ତେଣୁ ସେହି ଦିବସର ସୃତିରେ ବିଶ୍ୱ ସମୁଦାୟଙ୍କ ମଧ୍ୟରେ ପର୍ଯ୍ୟଟନର ଭୂମିକା ସମ୍ପର୍କରେ ସଚେତନତା ସୃଷ୍ଟି ସହ ଏହା କିପରି ସାମାଜିକ , ସାଂସ୍କୃତିକ , ରାଜନୈତିକ ଓ ଅର୍ଥନୈତିକ ମୂଲ୍ୟବୋଧକୁ ପ୍ରଭାବିତ କରୁଛି ତାହା ଦର୍ଶାଇବା ଲାଗି ଏପରି ଦିବସ ପାଳନର ଲକ୍ଷ୍ୟ ରଖାଯାଇଛି। ଏପରି ଦିବସ ପାଳନ ପାଇଁ ନାଇଜେରୀୟ ନାଗରିକ ଅମାଦୁଓ୍ବା ଅତିବି ପ୍ରସ୍ତାବ ଦେଇଥିଲେ । ଯଦିଓ ଦିବସ ପାଳନର କେନ୍ଦ୍ରରେ ପର୍ଯ୍ୟଟନ ରହିଛି , ତେବେ ବିଭିନ୍ନ ଏହି ଦିବସର ମୁଦ୍ଦା ଭିନ୍ନ ଭିନ୍ନ ରହି ଆସିଛି। ୨୦୧୭ରେ ଏହି ଦିବସ ପାଳନର ମୁଦ୍ଦା ‘ ଧାରଣକ୍ଷମ ପର୍ଯ୍ୟଟନ ଥିଲା ବେଳେ ୨୦୧୮ରେ ‘ ପର୍ଯ୍ୟଟନ ଓ ଡିଜିଟାଲ୍ ପରିବର୍ତ୍ତନ , ୨୦୧୯ରେ ପର୍ଯ୍ୟଟନ ଓ ଜୀବିକା ସମସ୍ତଙ୍କ ପାଇଁ ଉତ୍ତମ ଭବିଷ୍ୟତ ଓ ଗତବର୍ଷ ‘ ପର୍ଯ୍ୟଟନ ଓ ଗ୍ରାମାଞ୍ଚଳ ବିକାଶ ରହିଥିଲା । ତେବେ ଚଳିତ ବର୍ଷର ମୁଦ୍ଦା ହେଉଛି ‘ ସମ୍ମିଳିତ ଅଭିବୃଦ୍ଧି ଅର୍ଥାତ୍ ବିଶ୍ୱ ବ୍ୟାପୀ ପର୍ଯ୍ୟଟନ ମାଧ୍ୟମରେ କୋଟି କୋଟି ଲୋକଙ୍କ ପାଇଁ ଆତ୍ମସମ୍ମାନ ପୂର୍ବକ ଅଭିବୃଦ୍ଧି ସୃଷ୍ଟି ନିମନ୍ତେ ସମ୍ମିଳିତ ଉଦ୍ୟମକୁ ପ୍ରୋତ୍ସାହିତ କରିବା।