ସନଷ୍ଟାର ଟିଭି ବ୍ୟୁରୋ
ପାନଜୀ: ଗୋଆର ଭେଟେରାନ କଂଗ୍ରେସ ନେତା ଲୁଇଜିନ୍ହୋ ଫାଲେରୋ ଆଜି ନିଜ ଦଳ ଛାଡିଛନ୍ତି। ଦଳଛାଡିବା ପୂର୍ବରୁ ସେ ବଙ୍ଗଳା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି ତାଙ୍କୁ “ଷ୍ଟ୍ରିଟଫାଇଟର” ବୋଲି କହିଛନ୍ତି ,ଯିଏ ବିଜେପିକୁ କଡ଼ା ମୁକାବିଲା କରିପାରନ୍ତି।
ଲୁଇଜିନ୍ହୋ ଫାଲେରୋ ଗଣମାଧ୍ୟମକୁ କହିଛନ୍ତି ଯେ ମମତା ବାନାର୍ଜୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ମୁକାବିଲା କରିଛନ୍ତି। ମମତା ସୂତ୍ର ବଙ୍ଗଳାରେ ଜିତିଛି। ଶ୍ରୀ ଫାଲେରୋ ଦୃଢ଼ଉକ୍ତି ପ୍ରକାଶ କରିଛନ୍ତି ଯେ ସେ ଜଣେ କଂଗ୍ରେସ କର୍ମୀ ଏବଂ ସର୍ବଦା ସେହି ପରିବାରର ହୋଇ ରହିବେ ଏବଂ ଏହାର ଅର୍ଥ ହେଉଛି ଯେ ସେ ତ୍ରୁଣମୂଳ କଂଗ୍ରେସସହ ସର୍ବଦା ଜଡିତ ହୋଇ ରହିବେ।
“ମୁଁ କିଛି ଲୋକଙ୍କୁ ଭେଟିଥିଲି। ସେମାନେ କହିଥିଲେ ମୁଁ ୪୦ ବର୍ଷର ଜଣେ କଂଗ୍ରେସ କର୍ମୀ। ମୁଁ କଂଗ୍ରେସ ପରିବାରର ଜଣେ କଂଗ୍ରେସ କର୍ମୀ ହେବା ଜାରି ରଖିବି। ସମସ୍ତ କଂଗ୍ରେସ ନେତାଙ୍କ ମଧ୍ୟରେ ମମତା ହିଁ (ପ୍ରଧାନମନ୍ତ୍ରୀ ନରେନ୍ଦ୍ର) ମୋଦୀଙ୍କୁ କଢ଼ା କଢ଼ି ଭାବେ ଟକ୍କର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ବଙ୍ଗଳାରେ ୨୦୦ ଟି ସଭା କରିଥିଲେ। ଅମିତ ଶାହାଙ୍କର ୨୫୦ ଟି ବୈଠକ କରିଥିଲେ । କିନ୍ତୁ ସବୁ ଥିରେ ମମତା ମମତା ସୂତ୍ର ଜିତିଛି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଶ୍ରୀମତୀ ବାନାର୍ଜୀଙ୍କୁ ଜଣେ ଯୋଦ୍ଧାବୋଲି ବର୍ଣ୍ଣନା କରି ଶ୍ରୀ ଫାଲେରୋ କହିଛନ୍ତି: “ଆମକୁ ଏପରି ଯୋଦ୍ଧା ଆବଶ୍ୟକ କରୁଛୁ ଯେଉଁମାନେ ସମାନ ଦଳର ଆଦର୍ଶ, ନୀତି ଏବଂ କାର୍ଯ୍ୟକ୍ରମ ଦ୍ବାରା ଅନୁପ୍ରାଣିତ ହେଉଥିବେ। ମୁଁ ଚାହୁଁଛି ଯେ ସମସ୍ତ କଂଗ୍ରେସ ଦଳ ଏକତ୍ରିତ ହୋଇ ବିଜେପି ସହିତ ଲଢ଼ିବା ଦରକାର।
୨୦୧୯ ଜାତୀୟ ନିର୍ବାଚନ ପାଇଁ ଶ୍ରୀ ଫାଲେରୋ କଂଗ୍ରେସର ତ୍ରିପୁରା ଦାୟିତ୍ୱରେ ଥିଲେ ଏବଂ ଉତ୍ତର-ପୂର୍ବ ରାଜ୍ୟରେ ତ୍ରୁଣମୂଳକୁ ଏହାର ଅସ୍ଥିତ୍ବ ବିସ୍ତାର କରିବା ସହ ବିଜେପିକୁ ଟକ୍କରଦେବାରେ ମଧ୍ୟ ସାହାର୍ଯ୍ୟ କରିଥିଲା । ଶ୍ରୀ ଫାଲେରୋଙ୍କ ସହ ଆଲୋଚନା ପାଇଁ ବରିଷ୍ଠ ତ୍ରୁଣମୂଳ କଂଗ୍ରେସ ନେତା ଡେରେକ ଓ ବ୍ରିଏନ୍ ଏବଂ ପ୍ରସନ୍ନ ବାନାର୍ଜୀ ଗୋଆରେ ଅଛନ୍ତି।
ତେବେ ଆସନ୍ତା ବର୍ଷ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ଏବଂ ଅନ୍ୟାନ୍ୟ ରାଜ୍ୟ ସହିତ ଗୋଆର ଭୋଟଦାନ ପ୍ରକ୍ରିୟା ଆଯୋଜନ ହେବ।