ସନଷ୍ଟାର ଟିଭି ବ୍ୟୁରୋ
ଲାହୋର :ଅସୁରକ୍ଷିତ ହୋଇ ପଡିଲାଣି ପାକିସ୍ତାନ। ବାଲୁଚିସ୍ତାନ ପ୍ରଦେଶର ବନ୍ଦର ସହର ଗ୍ୱାଦାର ସହରରେ ହୋଇଥିବା ବିସ୍ଫୋରଣରେ ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲି ଜିନ୍ନାଙ୍କ ଏକ ପ୍ରତିମୂର୍ତ୍ତି ନଷ୍ଟ ହୋଇଯାଇଛି। ଗ୍ୱାଡରରେ ଥିବା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ପ୍ରତିମୂର୍ତ୍ତିଙ୍କୁ ରବିବାର ବୋମା କାରୀମାନେ ବିଧ୍ବଂଶ କରିଦେଇଛନ୍ତି।
ଗ୍ୱାଦର ଡେପୁଟି କମିଶନର ମେଜର (ଅବସରପ୍ରାପ୍ତ) ଅବଦୁଲ କବୀର ଖାନ କହିଛନ୍ତି ଯେ ଆତଙ୍କବାଦୀମାନେ ଏକ ସୁରକ୍ଷିତ ଜୋନ୍ ଭାବରେ ପରିଗଣିତ ହୋଇଥିବା ଏହି ଅଞ୍ଚଳକୁ ପ୍ରବେଶ କରିଛନ୍ତି। ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନାହିଁ, ପୋଲିସ ସବୁ ଦିଗରୁ ଏହି ଘଟଣାର ତଦନ୍ତ କରୁଛି ଏବଂ ଦୋଷୀମାନଙ୍କୁ ଶୀଘ୍ର ଧରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି। ଗ୍ୱାଡରରେ ପ୍ରତିମୂର୍ତ୍ତିକୁ ଭାଙ୍ଗିବା ହେଉଛି ପାକିସ୍ତାନର ଆଇଡୋଲୋଜି ଉପରେ ଆକ୍ରମଣ କରିବା।