ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜି ଦେଶ୍ୟାପୀ ଭାରତୀୟ କୃଷକ ମୋର୍ଚ୍ଚା ପକ୍ଷରୁ ସୋମବାର ୧୦ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଓଡ଼ିଶାରେ ଏହାକୁ କଂଗ୍ରେସ, ବାମ ଦଳ ସମେତ ବିଭିନ୍ନ ରାଜନୈତିକ ଦଳ, କୃଷକ ସଂଗଠନ, ସାମାଜିକ ସଂଗଠନ ସମର୍ଥନ ଦେଇଛନ୍ତି। ଏହାର ପ୍ରଭାବ ମଧ୍ୟ ଭୁବନେଶ୍ବରରେ ଦେଖିବାକୁ ମିଳିଛି। ମାଷ୍ଟରକ୍ୟାଣ୍ଟିନ ନିକଟରେ ବିଭିନ୍ନ ସଙ୍ଗଠନରୁ ତରଫରୁ ଶତାଧିକ ବିକ୍ଷୋଭକାରୀ ମାନେ ମୁଖ୍ୟ ରାସ୍ତା ଅବରୋଧ କରି ଆନ୍ଦୋଳନ କରୁଥିଲେ । ଆନ୍ଦୋଳନକାରୀ ମାନେ କେନ୍ଦ୍ର ସରକାର ଙ୍କ ଜନବିରୋଧୀ କୃଷି ନୀତି ବିରୁଦ୍ଧରେ ସ୍ଲୋଗାନ ଦେଇ ବିଧାନସଭା ଆଡ଼କୁ ଆଗେଇ ଚାଲିଥିଲେ । ଏନେଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏହି ବିକ୍ଷୋଭ କୁ ବେଆଇନ ଘୋଷଣା କରିବାସହ ଆନ୍ଦଳନକାରୀମାନଙ୍କୁ ଗିରଫ କରି ଉଠାଇ ନେଇଥିଲେ।