ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର : ରାଜ୍ୟର ହାଇପ୍ରୋଫାଇଲ କ୍ଲବ ଭୁବନେଶ୍ଵର କ୍ଲବ କୁ ନୂଆ ମୁଖିଆ ମିଳିଯାଇଛି। ରବିବାର ଭୋଟ୍ ଦାନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି। ଗତ ଦୁଇ ଦିନ ଧରି ଚାଲିଥି ବା ଭୋଟିଂରେ ୧୨୫୪ଜଣ କ୍ଲବ୍ ସଦସ୍ୟ ଆସି ଭୋଟ୍ ଦେଇଛନ୍ତି । ତେବେ ନିର୍ବାଚନ ଫଳ ଘୋଷଣା ହୋଇଛି। ଏଥିରେ ରାଜ୍ୟର ଦୁଇ ପ୍ରଭାବଶାଳୀ ବ୍ୟକ୍ତି ପରସ୍ପର ବିରୋଧରେ ଛିଡା ହୋଇଥିଲେ ।
ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀ ଓ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ସଭାପତି ପଦ ପାଇଁ ମୁହାଁମୁହିଁ ହୋଇଥିଲେ। ଯେଉଁଥିରେ ବାଜି ମାରିଛନ୍ତି ଅସିତ। ତେବେ ଅସିତ୍ ତ୍ରିପାଠୀ ୭୭୬ ଭୋଟ ଅର୍ଜନ କରିଛନ୍ତି।
ରାଜଧାନୀର ଏହି ସମ୍ଭ୍ରାନ୍ତ କ୍ଲବର ସଭାପତି ନିର୍ବାଚନ ବିଗତ କିଛି ଦିନ ଧରି ସାରା ରାଜ୍ୟରେ ବେଶ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ପୂର୍ବତନ ଆଇଏଏସ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କ ଦେହାନ୍ତ ପରେ କ୍ଲବର ସଭାପତି ପଦ ଖାଲି ରହିଥିଲା । ଆଜି ଫଳାଫଳ ପ୍ରକାଶ ସହ ସବୁ କଳ୍ପନାଜଳ୍ପନାର ପରିସମାପ୍ତ ହୋଇଛି।