ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : + ୩ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଘୁଞ୍ଚାଇ ଦିଆଯାଇଛି । ୟୁଜିର ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ତାରିଖ ଆସନ୍ତା ସେପ୍ଟେମ୍ବର ୩୦କୁ ବୃଦ୍ଧି କରାଯାଇଛି। ସେପ୍ଟେମ୍ବର ୨୪ରୁ ୨୯ ପର୍ଯ୍ୟନ୍ତ ନାମଲେଖା ପାଇଁ ପୂର୍ବରୁ ତାରିଖ ଧାର୍ଯ୍ୟ କରାଯାଇଥିଲା । ମାତ୍ର ସୋମବାର ଭାରତ ବନ୍ଦ ଥିବାରୁ ନାମଲେଖା ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଦ୍ବିତୀୟ ପର୍ଯ୍ୟାୟରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ନାମଲେଖା ପାଇଁ ୩୦ ତାରିଖ ମଧ୍ୟରେ କଲେଜଗୁଡ଼ିକରେ ରିପୋର୍ଟ କରିପାରିବେ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିବଦ୍ଧ ଭାବେ ଟିକରି ସୂଚନା ଦିଆଯାଇଛି । ଭାରତ ବନ୍ଦ ବେଳେ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କାକୁ ନଜର ଦେଇ ନାମଲେଖା ପ୍ରକ୍ରିୟାକୁ ବୃଦ୍ଧି କରାଯାଇଛି।