ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚଳିତବର୍ଷ ନଭେମ୍ବର ୧୪ରେ ଜାତୀୟ ପ୍ରତିରକ୍ଷା ଏକାଡେମୀ ( ଏନଡିଏ ) ଏବଂ ନାଭାଲ ଏକାଡେମୀ ପରୀକ୍ଷା ଦେବାକୁ ଚାହୁଁଥିବା ଅବିବାହିତା ମହିଳା ଆବେଦନ କରିବାକୁ କେନ୍ଦ୍ର ଲୋକସେବା ଆୟୋଗ ( ୟୁପିଏସ୍ସି ) ଅନୁମତି ଦେଇଛି । upsconline.nic.in ରେ ଆବେଦନପତ୍ର ଗ୍ରହଣ କରିବାକୁ ୟୁପିଏସ୍ସି ନିଷ୍ପତ୍ତି ନେଇଛି । କେବଳ ଯୋଗ୍ୟ ଅବିବାହିତା ମହିଳା ଏଥିପାଇଁ ଆବେଦନ କରିପାରିବେ । ପ୍ରତିରକ୍ଷା ମନ୍ତ୍ରଣାଳୟରୁ ସୂଚନା ମିଳିବା ପରେ ମହିଳା ପ୍ରାର୍ଥୀଙ୍କ ପାଇଁ ଖାଲିସ୍ଥାନ ଏବଂ ଶାରୀରିକ ମାନଦଣ୍ଡ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୮ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମହିଳା ପ୍ରାର୍ଥୀଙ୍କଠାରୁ ଆବେଦନ ଗ୍ରହଣ ଲାଗି ୱିଣ୍ଡୋ ଖୋଲା ରହିବ । ଏହି ପରୀକ୍ଷା ଆବେଦନ କରିବା ପାଇଁ ମହିଳାଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।