ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ପ୍ରଶାସନର ମଧ୍ୟସ୍ଥତା ଓ ପ୍ରତିଶ୍ରୁତି ପରେ ବି ଶ୍ରମିକଙ୍କ ବକେୟା ଦରମା ମିଳିପାରିନାହିଁ । ଅର୍ଥ ପ୍ରଦାନରେ ର୍ବିଲା ଟାୟାର୍ସ କର୍ତ୍ତୃପକ୍ଷଙ୍କ ଉଦାସୀନତାକୁ ନେଇ କର୍ମଚାରୀ ମାନେ ଭୁବନେଶ୍ୱର ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଭେଟିବା ପାଇଁ ଆସିଛନ୍ତି। ପୂର୍ବ ଭାରତର ଏକମାତ୍ର ଟାୟାର କମ୍ପାନୀ ବିର୍ଲା ଟାୟାର ରେ ପ୍ରାୟ ୧୫୦୦ ରୁ ଉର୍ଦ୍ଧ କର୍ମଚାରୀ ପ୍ରାୟ ୧୮ ମାସ ହେବ ସେମାନଙ୍କର ଦରମା ପାଇନାହାନ୍ତି । ସେଥିପାଇଁ ସେମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ର୍ବିଲା ଟାୟାର୍ସର ଅଚଳାବସ୍ଥା ତଥା ଏହାର ଶ୍ରମିକ କର୍ମଚାରୀଙ୍କ ଦୟନୀୟ ସ୍ଥିତିକୁ ନେଇ ବାଲେଶ୍ଵର ବିଧାୟକ ସ୍ୱରୂପ ଦାଶ , ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା , ଭୋଗରାଇ ବିଧାୟକ ଅନନ୍ତ ଦାସ , ପୁର୍ବତନ ସାଂସଦ ରବୀନ୍ଦ୍ର ଜେନା , ସମେତ ବିର୍ଲା ଟାୟାର୍ସ ର କର୍ମଚାରୀ ଓ ଶ୍ରମିକ ସଂଗଠନ ର ସଦସ୍ୟ ମାନେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କ ସହ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିଳ୍ପାନୁଷ୍ଠାନକୁ ଉତ୍ପାଦନକ୍ଷମ କରିବା ଓ ଶ୍ରମିକ ସଂଗଠନର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଲୋଚନା କରାଯାଇଥିଲା ।(ରିର୍ପୋଟ:ଆଶିଷ କୁମାର ରାଉତ)