ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ସରକାରୀ ତଥ୍ୟ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୋଟ ସମ୍ପର୍ତ୍ତି ୩.୦୭ କୋଟି ବୋଲି ଜଣାପଡିଛି। ଗତ ବର୍ଷର ଘୋଷଣା ଅନୁଯାୟୀ ଏହା ଗତ ବର୍ଷର ୨.୮୫ କୋଟିରୁ ୨୨ ଲକ୍ଷ ଟଙ୍କା ବୃଦ୍ଧି ହୋଇଛି।
ଅନେକ ମନ୍ତ୍ରୀଙ୍କ ପରି ପିଏମ ମୋଦୀଙ୍କର କୌଣସି ଷ୍ଟକ୍ ମାର୍କେଟର ଏକ୍ସପୋଜର ନାହିଁ ଏବଂ ତାଙ୍କର ନିବେଶ ଜାତୀୟ ସଞ୍ଚୟ ପ୍ରମାଣପତ୍ର ( ୮.୯ ଲକ୍ଷ), ଜୀବନ ବୀମା ପଲିସି (୧.୫ ଲକ୍ଷ) ଏବଂ L&T ଭିତ୍ତିଭୂମି ବଣ୍ଡ ଆକାରରେ ରହିଛି ଯାହାକୁ ୨୦୧୨ ରେ, ୨୦,୦୦୦ ମୂଲ୍ୟରେ ସେ କିଣିଥିଲେ।
ଧନ ବୃଦ୍ଧି ମୁଖ୍ୟତଃ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗାନ୍ଧିନଗର ଶାଖାରେ ତାଙ୍କର ସ୍ଥିର ଜମାରାଶି ହେତୁ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଦାଖଲ ହୋଇଥିବା ଆତ୍ମ ଘୋଷଣାନାମା ଅନୁଯାୟୀ, ମାର୍ଚ୍ଚ ୩୧ ସୁଦ୍ଧା ସ୍ଥିର ଜମା ପରିମାଣ ୧.୮୬ କୋଟି ଅଟେ ଯାହା ଗତ ବର୍ଷ ତୁଳନାରେ ୧.୬ କୋଟି ଥିଲା।
ମୋଦୀଙ୍କର କୌଣସି ଗାଡିର ମାଲିକାନା ନାହିଁ। ତାଙ୍କର ପାଖରେ ଥିବା ୪ଟି ସୁନା ମୁଦିର ମୂଲ୍ୟର ୧.୪୮ ଲକ୍ଷ ଅଟେ। ମାର୍ଚ୍ଚ ୩୧, ୨୦୨୧ ସୁଦ୍ଧା ତାଙ୍କ ବ୍ୟାଙ୍କ ବାଲାନ୍ସ ( ୧.୫ ଲକ୍ଷ) ଏବଂ ନଗଦ ହାତରେ ( ୩୬,୦୦୦)ଥିଲା ଯାହା ଗତ ବର୍ଷ ତୁଳନାରେ କମ୍ ଅଟେ।
ସେ ୨୦୧୪ ରେ ପ୍ରଧାନମନ୍ତ୍ରୀ ହେବା ପରଠାରୁ କୌଣସି ନୂତନ ସମ୍ପତ୍ତି କିଣି ନାହାଁନ୍ତି। ୨୦୦୨ରେ କିଣାଯାଇଥିବା ତାଙ୍କର ଏକମାତ୍ର ଆବାସିକ ସମ୍ପତ୍ତିର ମୂଲ୍ୟ ୧.୧ କୋଟି ଅଟେ। ଏହା ଏକ ମିଳିତ ସମ୍ପତ୍ତି ଅଟେ ଏବଂ ଏଥିରେ ପ୍ରଧାନମନ୍ତ୍ରୀଙ୍କ କେବଳ ଏକ ଚତୁର୍ଥାଂଶ ଅଂଶ ଅଛି । ମୋଟ ୧୪,୧୨୫ ବର୍ଗଫୁଟ ସମ୍ପତ୍ତି ମଧ୍ୟରୁ ମୋଦୀଙ୍କ ଅଧିକାର ୩,୫୩୧ ବର୍ଗଫୁଟ।
ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳ ସମୟରେ ସରକାର ନିଷ୍ପତ୍ତି ନେଇଥିଲେ ଯେ ସାଧାରଣ ଜୀବନରେ ଅଧିକ ସ୍ୱଚ୍ଛତା ପାଇଁ ସମସ୍ତ ଆର୍ଥିକ ବର୍ଷ ଶେଷରେ ସମସ୍ତ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ସମ୍ପତ୍ତି ଏବଂ ଦାୟିତ୍ବ ଘୋଷଣା କରିବାକୁ ପଡିବ। ଘୋଷଣା ଗୁଡିକ ସାର୍ବଜାନୀନ ଡୋମେନରେ ଉପଲବ୍ଧ ଏବଂ ପିଏମ ର ୱେବସାଇଟ୍ ମାଧ୍ୟମରେ ପ୍ରବେଶ କରାଯାଇପାରିବ।