ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ସ୍ନେହା ଦୁବେ ହେଉଛନ୍ତି ଭାରତର ପ୍ରଥମ ସଚିବ ଯିଏ ଜାତିସଂଘରେ କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନକୁ ନିନ୍ଦା କରିବା ସହ ପାକିସ୍ତାନ ଆତଙ୍କବାଦକୁ ରକ୍ଷା କରିବା ସହ ସମର୍ଥନ କରୁଛି ବୋଲି ଆକ୍ଷେପ କରିଥିଲେ। ଏହାସହ ସେ କହିଛନ୍ତି ପାକିସ୍ଥାନର ପଲିସି ପାଇଁ ସାରା ବିଶ୍ବକୁ ଏହାର ଅସୁବିଧା ଭୋଗିବାକୁ ପଡୁଛି। ପାକିସ୍ଥାନ ଏହାର ସମସ୍ଥ ଆତଙ୍କି ହିଂସା ଉପରେ ପରଦା ପକାଇବାକୁ ଚେଷ୍ଟା କରୁଛି। ସ୍ନେହାଙ୍କର ଏହି ଭିଡିଓର ଏକ ସର୍ଟଲିଷ୍ଟ ସୋସିଆଲରେ ମିଡିଆରେ ହଇଚଇ ସୃଷ୍ଟି କରିଚି।
ସ୍ନେହା ହେଉଛି ୨୦୨୧ ବ୍ୟାଚ୍ IFS ଅଧିକାରୀ। ତାଙ୍କର ପ୍ରଥମ ନିଯୁକ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ହୋଇଥିଲା। ୨୦୧୪ ରେ ମିଳିତ ଜାତିସଂଘରେ ପୋଷ୍ଟ ହେବା ପୂର୍ବରୁ ସେ ମାଡ୍ରିଡରେ ଭାରତର ତୃତୀୟ ସଚିବ ଥିଲେ। ଖୁବ୍ କମ୍ ବୟସରୁ ସ୍ନେହା ଭାରତୀୟ ବୈଦେଶିକ ସେବାରେ ଯୋଗଦେବାକୁ ଇଚ୍ଛା କରିଥିଲେ ଏବଂ ୨୦୧୧ମସିହାରେ ତାଙ୍କର ପ୍ରଥମ ପ୍ରୟାସରେ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।
ସ୍ନେହା ତାଙ୍କ ପରିବାରରେ ପ୍ରଥମ ଯିଏକି ସରକାରୀ ସେବାରେ ଯୋଗ ଦେଇଥିଲେ। ସେ ଦର୍ଶାଇଛନ୍ତି ଯେ ବୈଦେଶିକ ସେବାରେ ଯୋଗଦେବା ପାଇଁ ତାଙ୍କର ପ୍ରେରଣା ହେଉଛି ଆନ୍ତର୍ଜାତୀୟ ବ୍ୟାପାର, ନୂତନ ସଂସ୍କୃତି ଆବିଷ୍କାର କରିବାର ରୋମାଞ୍ଚ, ଗୁରୁତ୍ୱପୂର୍ଣ୍ଣ ନୀତିଗତ ନିଷ୍ପତ୍ତିର ଅଂଶ ଏବଂ ଲୋକଙ୍କୁ ସାହାଯ୍ୟ କରିବା।
ତାଙ୍କ ପରିବାରରେ ତାଙ୍କର ପିତା ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟ କରୁଥିବାବେଳେ ତାଙ୍କ ମା ଜଣେ ସ୍କୁଲ ଶିକ୍ଷକ ଅଟନ୍ତି।