ସନଷ୍ଟାର ଟିଭି ବ୍ୟୁରୋ

ଆବୁଦାବି: ଆଇପିଏଲ୍ ଦ୍ବିତୀୟ ଚରଣରେ କୋଲ୍କାତା ନାଇଟ୍ ରାଇଡର୍ସ ( କେକେଆର ) ଧମାକାଦାର ପ୍ରତ୍ୟାବର୍ତ୍ତନ କରିଛି । କେକେଆର ଦୁଇଟି ବିଜୟ ହାସଲ କରି ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ପହଞ୍ଚିଛି । ଟିମ୍ ନିଜର ଦ୍ଵିତୀୟ ମ୍ୟାରେ ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସକୁ ୭ କେଟ୍ରେ ହରାଇଥିଲା । ଏହି ମ୍ୟାଚରେ ଟିମ୍ ଭେଙ୍କଟେଶ ଆୟର ( ୫୩ ) ଓ ରାହୁଲ ତ୍ରିପାଠୀ ( ୭୪ ) ବିସ୍କୋରକ ଇନିଂସ୍ ଖେଳିବା ସହ ମ୍ୟାଚଟିକୁ ମାତ୍ର ୧୫.୧ ଓଭରରେ ବିଜୟୀ କରାଇଥିଲେ। ତେବେ ଏହା ମଧ୍ୟରେ କେକେଆର୍ କ୍ୟାପଟେନ୍ ଇଅନ୍ ମୋର୍ଗାନଙ୍କ ଉପରେ ଜୋରିମାନା ହୋଇଛି ।

ମୁମ୍ବାଇ ବିପକ୍ଷ ମ୍ୟାଚରେ ମନ୍ଥର ଓଭର୍ ରେଟ୍ ପାଇଁ ତାଙ୍କ ଉପରେ ୨୪ ଲକ୍ଷ ଟଙ୍କାର ଜୋରିମାନା କରାଯାଇଛି । ଏହା ପୂର୍ବରୁ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ମଧ୍ୟ କେକେଆର୍ ଟିମ୍ ନିର୍ଦ୍ଧାରିତ ସମୟ ମଧ୍ୟରେ ୨୦ ଓଭର ପୂରା କରିପାରି ନଥିଲା । ଯଦି ଆଗାମୀ କୌଣସି ମ୍ୟାରେ କେକେଆର ପୁନର୍ବାର ଏପରି ଭୁଲ୍ ଦୋହରାଏ , ତା’ହେଲେ ମୋର୍ଗାନଙ୍କୁ ଗୋଟିଏ ମ୍ୟାଚରୁ ବ୍ୟାନ୍ କରାଯିବା ସହ ୩୦ ଲକ୍ଷ ଟଙ୍କା ଜୋରିମାନା ଭରିବାକୁ ପଡ଼ିବ। ଏହାସହ ମୋର୍ଗାନଙ୍କ ବ୍ୟତୀତ ଶୁକ୍ରବାର ମ୍ୟାଚର ଚୂଡ଼ାନ୍ତ ଏକାଦଶରେ ସାମିଲ ଥିବା ଅବଶିଷ୍ଟ ଖେଳାଳିଙ୍କୁ ମଧ୍ୟ ସେମାନଙ୍କ ମ୍ୟାଚ୍ ଫି’ର ୨୫ ପ୍ରତିଶତ ଅର୍ଥାତ୍ ୬ ଲକ୍ଷ ଟଙ୍କା ଜୋରିମାନା ହୋଇଛି ।