ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଦୁଇଦିନ ଓଡିଶା ଗସ୍ତରେ ଆସିଛନ୍ତି ପ୍ରଧାନ ବିଚାରପତି ଭି ରାମାନ୍ନା। ସେ କାଲି ସନ୍ଧ୍ୟାରେ ପୁରୀରେ ପହଞ୍ଚିଥିଲେ। ତାଙ୍କୁ ସେଠାରେ ସ୍ବାଗତ କରିଥିଲେ ୫-ଟିର ସଚିବ ଭିକେ ପାଣ୍ଡିଆନ। ତାଙ୍କ ସହ ପୁରୀର ଜିଲ୍ଲାପାଳ କ୍ରିଷନ କୁମାର ଏବଂ ଏସପି ମଧ୍ୟ ଉପସ୍ଥିଥିଲେ। ଏହାପରେ ରାତି ୧୧ଟା ସମୟରେ ପ୍ରଧାନ ବିଚାରପତି ଶ୍ରୀମନ୍ଦିର ର ଚର୍ତୁପାଶ୍ବ ବୁଲିଦେଖିଥିଲେ। ବିଲମ୍ବିତ ରାତିରେ ମନ୍ଦିରର ପହଡ ପଡିଥିବାରୁ ମନ୍ଦିର ଭିତରକୁ ନଯାଇ ସିଂହ ଦ୍ବାରରେ ଭଗବାନଙ୍କୁ ଦର୍ଶନ କରିଥିଲେ। ଏବଂ ଅରୁଣ ସ୍ତମ୍ଭ ନିକଟରେ ୫୦୦ ଟଙ୍କା ଦାନ କରିଥିଲେ। ଏହାପରେ ଶ୍ରୀମନ୍ଦିରର ମୁଖ୍ୟ ଶାସନ ସଚିବ ତାଙ୍କୁ ଶ୍ରୀମନ୍ଦିରର ଚର୍ତୁପାଶ୍ବ ବୁଲାଇଦେଖାଇଥିଲେ। ଏହାସହ ଚାଲୁ ରହିଥିବା ହେରିଟେଜ କରିଡୋର ଓ ସୁରକ୍ଷା ଜୋନର କାମ ସମ୍ପର୍କରେ ଅବଗତ କରିଥିଲେ।