ସନଷ୍ଟାର ଟିଭି ବ୍ୟୁରୋ

ଉଦଳା: ପାଖରେ ସମ୍ବଳ ନ ଥିବାରୁ ଆର୍ଥିକ ଅନାଟନ ଭିତରେ ମା ନେଇ ବସିଲା ଚରମ ନିଷ୍ପତି । ନିଜେ ବିଷ ପିଇବା ସହିତ ଦୁଇ ଶିଶୁ କନ୍ୟାଙ୍କୁ ବିଷ ପିଆଇଲା ମାଆ। ଆଉ ମା ର ଚାଲିଗଲା ଜୀବନ ହେଲେ ଦୁଇ ଶିଶୁ ଗୁରୁତର । ଏଭଳି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଆର୍ଥିକ ଅନାଟନରେ ଜର୍ଜରିତ ହୋଇ ମା ନେଇ ବସିଲା ଚରମ ନିଷ୍ପତି । ନିଜେ ବିଷ ପିଇବା ସହିତ ଦୁଇ ଶିଶୁ କନ୍ୟାଙ୍କୁ ପିଆଇ ଦେଲା ବିଷ । ଏଭଳି ଘଟଣା ଘଟିଛି ଶରତ ଥାନା ଲାବଣ୍ୟଦେଇପୁର ଗ୍ରାମରେ । ଲାବଣ୍ୟଦେଇପୁର ଗ୍ରାମର ତୁରାମ ସିଂ ଦେବଗାଁ ଙ୍କର ସ୍ତ୍ରୀ ପୂର୍ଣ୍ଣିମା ସିଂ ଦେବଗାଁ ଗତ ବୁଧବାର ଦିନ ନିଜର ଦୁଇ ଶିଶୁ କନ୍ୟାକୁ ବିଷ ପିଆଇବା ସହିତ ନିଜେ ବିଷ ପିଇଥିଲା । ତେବେ ପ୍ରଥମେ ଉଦଳା ଏବଂ ପରେ ବାରିପଦାରେ ଚିକିତ୍ସାଧିନ ଥିବା ବେଳେ ଆଜି ପୂର୍ଣ୍ଣିମାଙ୍କର ମୃତ୍ୟୁ ହୋଇଛି । ପୂର୍ଣ୍ଣିମାଙ୍କର ମୃତ୍ୟୁ ହେବା ପରେ ପରିବାର ଲୋକେ ତାଙ୍କ ମୃତଦେହକୁ ଘରକୁ ନେଇ ଆସିଥିବା ବେଳେ ଦୁଇ ଶିଶୁ କନ୍ୟା ଏବେ ବାରିପଦା ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି। ଦୁଇ ଝିଅଙ୍କ ମଧ୍ୟରେ ଜଣେ ୪ ବର୍ଷ ଏବଂ ଜଣେ ୬ ବର୍ଷର ହୋଇଥିବା ଜଣାଯାଇଛି । ତେବେ ପୂର୍ଣ୍ଣିମାଙ୍କ ସ୍ୱାମୀ ଗୁଜୁରାଟରେ ଦାଦନ ଖଟୁଥିବା ବେଳେ କରୋନା ମହାମାରୀ କାରଣରୁ ଘରକୁ ଫେରି ଆସିଛନ୍ତି । ସେବେଠାରୁ କୌଣସି କାମଧନ୍ଦା ନ ପାଇ ଘରେ ରହିଥିବା ବେଳେ ଘରେ ଆର୍ଥିକ ଅନାଟନ ଲାଗି ରହିଥିଲା । ଯାହାର ପ୍ରଭାବରେ ତାଙ୍କ ସ୍ତ୍ରୀ ପୂର୍ଣ୍ଣିମା ନେଇ ବସିଲେ ଚରମ ନିଷ୍ପତି । ଖବର ପାଇ ଶରତ ପୋଲିସ୍ ତଦନ୍ତ ଜାରି ରଖିଛି। (ରିର୍ପୋଟ:ଆଲୋକ କୁମାର ବେହେରା)