ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ଏପରି ଆସେ ମରଣ। ଗଜ ଉଦ୍ଧାର କରିବାକୁ ଯାଇ ନିଜ ଜୀବନ ହରାଇ ବସିଲେ ସାମ୍ବାଦିକ। ମୁଣ୍ଡୁଳି ନଦୀରେ ଚାଲିଗଲା ଅରିନ୍ଦମଙ୍କ ଜୀବନ। ସୂଚନାଅନୁଯାୟୀ ସକାଳପ୍ରହରୁ ମୁଣ୍ଡୁଳି ବ୍ୟାରେଜ ତଳେ ମହାନଦୀରେ ଫସି ରହିଥିବା ହାତୀକୁ ଉଦ୍ଧାର କରିବାକୁ ପ୍ରଶାସନର ଉଦ୍ୟମ ଜାରି ରଖିଥିବା ବେଳେ ଓଡ୍ରାଫର ଏକ ଡଙ୍ଗାରେ ୫ରୁ ୭ଜଣ କର୍ମଚାରୀଙ୍କ ସହ ଓଟିଭିର କାର୍ଯ୍ୟକର୍ତ୍ତା କ୍ୟାମେରା ମ୍ୟାନ ଏବଂ ରିର୍ପୋଟର ଥିଲେ। ନଦୀର ପ୍ରଖର ସୂଅରେ ଡଙ୍ଗା ଓଲଟି ପଡିଥିଲା। ଏହି ଡଙ୍ଗାରେ ରେ ବସିଥିବା ସମସ୍ତ କାର୍ଯ୍ୟକର୍ତ୍ତା ଭାସି ଯାଇଥିଲେ। ଉପର ପୋଲ୍ହରୁ ଦଉଡି ପକାଇ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଇଥିବା ବେଳେ ଭି ରିର୍ପୋଟର ଜଣଙ୍କ ଭାସିଯାଇଥିଲେ । ତାଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ ମେଡିକାଲର କାଜୁଆଲିଟି ବିଭାଗରେ ଆଡମିଶନ କରାଯାଇଥିଲା କିନ୍ତୁ ଦୁଃଖର ବିଷୟ ସେ ତାଙ୍କର ପ୍ରାଣ ତ୍ୟାଗ କରିଛନ୍ତି। ଅନ୍ୟ କାର୍ଯ୍ୟକର୍ତ୍ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। କ୍ୟାମେରା ମ୍ୟାନଙ୍କର ଅବସ୍ଥା ବର୍ତ୍ତମାନ ବହୁତ ଖରାପ ଥିବାର ସୂଚନା ମିଳିଛି। କିନ୍ତୁ ବର୍ତ୍ତମାନ ଏହା ପ୍ରଶ୍ନ ଉଠୁଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଓଡ୍ରାଫ ଡଙ୍ଗାରେ ବସିବାକୁ ଅନୁମତି କିଏ ଦେଇଥିଲା? ଏବଂ ଆଜିର ର୍ଦୁଘଟଣା ପାଇଁ ଦାୟୀ କିଏ?