ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: ଆଜି ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ବିଲୁପ୍ତ ବିପ୍ଳବ ଓଡିଶା ଓ ଫ୍ରାଇଡେ ଫର ଫିଉଚର ପକ୍ଷରୁ ଆୟୋଜିତ ହୋଇଯାଇଛି। ପାଖାପାଖି ବିଶ୍ବର ୧୬୫ ଦେଶରେ ଜଳବାୟୁ ପାଇଁ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଛି। ଜୀବଜଗତ ବା ପ୍ରାଣୀସମୂହ ଈଶ୍ୱର ଙ୍କ ଏକ ଅନନ୍ୟ ସୃଷ୍ଟି । ମାନବ ସଭ୍ୟତା ର ବିକାଶକ୍ରମେ ସମୂହ ଜୀବଜଗତ କୁ ଧ୍ବଂସାଭିମୁଖୀ ଆଡକୁ ନେଇଯାଉଛି । ସରକାରଙ୍କ ର ଦୁର୍ବଳ ମାନସିକତା ଅସହଯୋଗ ମନଭାବ ଏହାର ପ୍ରମୁଖ କାରଣ ।
ଜ୍ଞାନୀ ଗୁଣୀ ବ୍ୟକ୍ତିବିଶେଷ ସବୁ ଜାଣି ନିରବଦ୍ରଷ୍ଟା ସାଜିବା ବିଶ୍ୱଧ୍ବଂସ ଆଡକୁ ଅଗ୍ରସର ହେଉଥିଲେ ବି ଯୁବପିଢ଼ି ଙ୍କୁ ପରିବେଶ ଚିନ୍ତା ଏପର୍ଯ୍ୟନ୍ତ ଆସିନାହିଁ । ସମୟ କ୍ରମେ ଅତ୍ୟାଧୁନିକ କଳକାରଖାନା ଦିନକୁ ଦିନ ବଢ଼ିବାରେ ଲାଗିଛି । ପରମାଣୁ ପରୀକ୍ଷଣ ଓ ଅତ୍ୟାଧିକ ମଟର ଯାନ ଚାଳନାର ପରିମାଣ ବଢ଼ିବାରେ ଲାଗିଛି। ସେହିପରି ଭାବେ ପ୍ଲାଷ୍ଟିକର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ପଲିଥିନ ବ୍ୟବହାର ଉପରେ ରୋକ ଲାଗିଥିଲେ ମଧ୍ୟ ସରକାର ଏଥିପ୍ରତି ଦୃଷ୍ଟି ନଦେବା ଏବଂ କେବଳ ବିକାଶ ଆଡୁଆଳ ରେ ବିନାଶ ଆଡକୁ ଟାଣି ନେଉଛନ୍ତି। ହଜାର ହଜାର ଜଙ୍ଗଲ ଜମିରେ ଥିବା ବନାନୀ କୁ ସଫା କରିଦେଉଛନ୍ତି । ସେଠାରେ ଥିବା ଜୀବଜନ୍ତୁ ଅସହାୟ ହୋଇ ମୃତ୍ୟୁ ବରଣ କରୁଛନ୍ତି। ପରିବେଶ ଦିନକୁ ଦିନ ବିଗିଡ଼ିବା ରେ ଲାଗିଛି । ବନ ବିଭାଗ ଆବଶ୍ୟକ ପରିମାଣର ବୃକ୍ଷ ରୋପଣ ଏବଂ ଏହାର ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେଉ ନାହିଁ । କାର୍ବନ ଡ଼ାଇଅକ୍ସାଇଡର ପରିମାଣ ବଢୁଛି ଯାହାଫଳରେ ଭାରତର ବଡ଼ ବଡ଼ ସହରରେ ସ୍ମଗ ସୃଷ୍ଟି ହେଉଛି । ଦିନକୁ ଦିନ ଶ୍ୱାସ ରୋଗୀ ଙ୍କର ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ବିଶ୍ୱତାପମାତ୍ରା ବୃଦ୍ଧି ଯୋଗୁଁ କେତେକ ପ୍ରାଣୀ ବିଲୁପ୍ତ ପ୍ରାୟ । ଦିନକୁ ଦିନ ସମୁଦ୍ର ପତନ ମଧ୍ୟ ବଢ଼ିବାରେ ଲାଗିଛି । ଅଧୟନ ରୁ ଜଣାଯାଏ ଏମିତି କେତେକ ସହର ଏବେ ସମୁଦ୍ର ଗର୍ଭ କୁ ଚାଲିଯାଇଛି। ସେହିପରି ଆଗାମୀ ଦିନରେ ମଧ୍ୟ ଏହି ଆଶଙ୍କାକୁ ଆଡେଇ ହେବନାହିଁ । ଦିନକୁ ଦିନ ବାତ୍ୟା, ବନ୍ୟା, ମରୁଡି ପରି ପ୍ରାକୃତିକ ଏବଂ ମନୁଷ୍ୟକୃତ ବିପର୍ଯୟ ବଢ଼ିବାରେ ଲାଗିଛି। ପରିବେଶ ପ୍ରତି ଧ୍ୟାନ ନଦେବା ଦ୍ୱାରା ଆମ ସହିତ ଆମ ଆଗାମୀପିଢ଼ି ଙ୍କ ପାଖରେ ଆମେ ନିଜକୁ ଦୋଷୀ ଭାବେ ବିବେଚନା କରିବା ଥୟ। ଏହି କାର୍ଯ୍ୟକ୍ରମରେ ବିଲୁପ୍ତ ବିପ୍ଳବ ଓଡିଶାର ସଂଯୋଜକ ଅରୁଣ କୁମାର ସାମନ୍ତରାୟ, ମଳୟ ତ୍ରିପାଠୀ, ଖଗେଶ୍ବର ବଳ, ଜଳେନ୍ଦ୍ର ମହାଳିକ, ଶୁଭେନ୍ଦୁ ରାଉତରାୟ, ପ୍ରଭାତ କୁମାର ରାଉତରାୟ ,ବିକ୍ରମ କୁମାର ନାୟକ, ଲକ୍ଷ୍ମୀଧର ଆଚାର୍ଯ୍ୟ ଓ ଅନ୍ୟାନ୍ୟ କର୍ମୀ ସତ୍ୟାଗ୍ରହରେ ଯୋଗ ଦେଇଥିଲେ ।