ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ପ୍ରକୃତି ଭଗବାନଙ୍କ ଦ୍ବାରା ନିର୍ମିତ ଏକ ଅଲୌକିକ ନିର୍ମାଣ। ଆମ ଚତୁପାର୍ଶ୍ବରେ ଏବଂ ଆମ ଆଖପାଖର ପରିବେଶରେ ଭିନ୍ନ ଭିନ୍ନ ପ୍ରକାରର ଜୀବଜନ୍ତୁ ଦେଖିବାକୁ ମିଳେ। ଏହାକୁ ଦେଖି ଆମକୁ ଲାଗେ ଯେ ପ୍ରତି ସହର , ଗ୍ରାମ ଓ ପ୍ରତି କୋଣରେ ଏମାନଙ୍କର ବିଭିନ୍ନ ପ୍ରଜାତି ଥିବେ । ଏହି ପ୍ରଜାତିଗୁଡ଼ିକ ମଧ୍ୟରୁ ବିଭିନ୍ନ ସରୀସୃପ ରହିଥିବା ବେଳେ ସାପ ସେହିପରି ଏକ ପ୍ରାଣୀ ଯାହାକୁ ଦେଖିବା ମାତ୍ରେ ଲୋକମାନେ ଭୟ ଖେଳିଯାଏ। ପୂରା ବିଶ୍ବରେ ପ୍ରାୟ ୨୫୦୦ରୁ ୩୦୦୦ ପ୍ରଜାତିର ସାପ ଦେଖବାକୁ ମିଳନ୍ତି । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏ ଦୁନିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ କୌଣସି କାରଣବଶତଃ ଗୋଟିଏ ବି ସାପ ଦେଖାଯାନ୍ତି ନାହିଁ । ପୃଷ୍ଠବଂଶୀ ସରୀସୃପ ବର୍ଗର ପ୍ରାଣୀ ସାପର ନାମ ଶୁଣିବା ମାତ୍ରେ ଶରୀରରେ ଶିହରଣ ସୃଷ୍ଟି ହୋଇଯିବା ସ୍ଵାଭାବିକ । ସାପ ଉଭୟ ଜଳ ଓ ସ୍ଥଳ ସ୍ଥାନରେ ଦେଖାଯାନ୍ତି । ଏମାନେ ବିଶ୍ୱର ପ୍ରାୟ ପ୍ରତି ଦେଶ ଓ ଦ୍ବୀପରେ ଦେଖିବାକୁ ମିଳିଥାନ୍ତି । ସାପର ଦେଶ କୁହାଯାଉଥିବା ବ୍ରାଜିଲରେ ଏମାନଙ୍କ ସଂଖ୍ୟା ଏତେ ଅଧିକ ଯେ ପୁରା ଦୁନିଆରେ କୌଣସି ସ୍ଥାନରେ ଏତେ ସାପ ନଥିବେ। ତେବେ ଆଶ୍ଚର୍ଯ୍ୟର ବିଷୟ ବ୍ରାଜିଲର ଠିକ୍ ବିପରୀତ ଦୁନିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ସାପ ଦେଖିବାକୁ ମିଳନ୍ତି ନାହିଁ । ସେହି ସ୍ଥାନଟି ୟୁରୋପର ତୃତୀୟ ସବୁଠାରୁ ବଡ଼ ଦୀପ କୁହାଯାଉଥିବା ଆୟରଲ୍ୟାଣ୍ଡ । ଏହା ହେଉଛି ଦୁନିଆର କେବଳ ଏକମାତ୍ର ଦେଶ ଯେଉଁଠାରେ ସାପ ନଥିବା ବିଷୟରେ କୁହାଯାଉଛି । ବୈଜ୍ଞାନିକଙ୍କ ଅନୁସାରେ ସେଠାରେ ପୂର୍ବରୁ କେବେ ସାପ ଥିବାର ପ୍ରମାଣ କେଉଁଠାରେ ଦେଖିବାକୁ ମିଳେ ନାହିଁ । ସାପ ବିଷୟରେ ଅନେକ କଳ୍ପିତ କାହାଣୀ ମଧ୍ୟ ଶୁଣିବାକୁ ମିଳେ । କିମ୍ବଦନ୍ତୀ ଅନୁଯାୟୀ, ସେଣ୍ଟ ପାଟ୍ରିକ୍ ନାମକ ଧାର୍ମିକ ବ୍ୟକ୍ତି ବ୍ରିଟେନରୁ ଆୟର୍ଲାଣ୍ଡକୁ ପଞ୍ଚମ ଶତାବ୍ଦୀରେ ମିଶନାରୀ କାର୍ଯ୍ୟ କରିବାକୁ ଯାଇଥିଲେ। ସେ ସେଠାରେ ଥିବାବେଳେ ସାପର ଏକ ଦଳ ତାଙ୍କୁ ଆକ୍ରମଣ କରିଥିଲେ। ସର୍ପମାନେ ଖ୍ରୀଷ୍ଟିଆନ ବାଇବଲରେ ଶଇତାନର ପ୍ରତୀକ ଅଟନ୍ତି, ତେଣୁ ସେଣ୍ଟ ପାଟ୍ରିକ୍ ସମୁଦ୍ରରେ ପାଇଥିବା ପ୍ରତ୍ୟେକ ଗୋଡହୀନ ସରୀସୃପକୁ ଗୁଳି କରି ଏମେରାଲ୍ଡ ଦ୍ୱୀପକୁ ସାପଙ୍କୁ ନଷ୍ଟ କରି ପରିଷ୍କାର କଲେ । କିନ୍ତୁ ଏହାର ସତ୍ୟାସତ କେତେ ତାହା ଜଣାନାହିଁ। ତେବେ ପ୍ରକୃତରେ ସେଠିକାର ଥଣ୍ଡା ବାତାବରଣ ହେଉଛି ଏକ ମାତ୍ର କାରଣ ଯାହା ପାଇଁ ସେଠାରେ ସାପ ଦେଖାଯାଏ ନାହିଁ ବୋଲି ବୈଜ୍ଞାନିକମାନେ ମତ ପ୍ରକାଶ କରିଥାଆନ୍ତି। ବୈଜ୍ଞାନିକମାନଙ୍କର କହିବା ଅନୁସାରେ ଏହାର ଅତିଷ୍ଠ ଥଣ୍ଡା ବାତାବରଣରେ ସାପ ତିଷ୍ଠି ନପାରି ବିଲୁପ୍ତ ହୋଇଯିବାର ବୈଜ୍ଞାନିକମାନେ କହନ୍ତି ।