ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ବିଭିନ୍ନ ଡିଗ୍ରୀ ଓ ସ୍ୱୟଂଶାସିତ କଲେଜରେ ପ୍ରଥମ ପର୍ଯ୍ୟାୟ ଯୁକ୍ତ ତିନି ନାମଲେଖା ପ୍ରକ୍ରିୟା ଶେଷ ହୋଇଥିବାବେଳେ ଆଜି ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇଛି । ଦ୍ବିତୀୟ ପର୍ଯ୍ୟାୟରେ ନାମ ଲେଖିବାକୁ ସମୁଦାୟ ୪୦ ହଜାର ୬୧୧ ଜଣ ଛାତ୍ର ଛାତ୍ରୀ ମନୋନୀତ ହୋଇଛନ୍ତି । ଏସମସ୍ତ ଛାତ୍ରଛାତ୍ରୀଙ୍କ ନାମଲେଖା ଆସନ୍ତାକାଲିଠୁ ୨୯ ତାରିଖ ସନ୍ଧ୍ୟା ୫ଟା ହୋଇଥିବାବେଳେ ଯାଏ ହେବ । କିନ୍ତୁ ୨୬ ତାରିଖ ରବିବାର ଦିନ ନାମଲେଖା ବନ୍ଦ ରହିବ । ଆଜିଠୁ ଆସନ୍ତା ୨୭ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ପିଲାମାନେ ଚୟନ ହୋଇଥିବା କଲେଜରେ ନାମ ଲେଖିବାକୁ ଅନ୍ଲାଇନ୍ରେ ନାମ ଲେଖା ଫି ଦାଖଲ କରିବେ । ଯୁକ୍ତ ତିନି ନାମ ଲେଖା ପାଇଁ ସମୁଦାୟ ୨ ଲକ୍ଷ ୪୯ ହଜାର ୫୩୯ଟି ସିଟ୍ ରହିଛି । ଏଥିପାଇଁ ମୋଟ ୨ ଲକ୍ଷ ୪୪ ହଜାର ୨୫୨ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୬୮ହଜାର ୫୩୭ ଜଣ ନାମଲେଖି ବାକୁ ଯୋଗ୍ୟ ବିବେଚିତ ହୋଇଥିଲେ।
ଦ୍ବିତୀୟ ପର୍ଯ୍ୟାୟରେ ଆଉ ୪୦ ହଜାର ୬୧୧ ଜଣ ଚୟନ ହୋଇଛନ୍ତି । ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ସରିବା ପରେ ୨୪ରୁ ୨୯ ତାରିଖ ଭିତରେ କଲେଜଗୁଡ଼ିକ ସେମାନଙ୍କର ଡାଟା ଇ – ସ୍ପେସରେ ଅପଡେଟ୍ କରିବେ ।