ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଓଡିଶା ଆୟୋଜନ କରିବ ଜୁନିୟର ପୁରୁଷ ହକି ବିଶ୍ୱକପ୍। ଜୁନିୟର ପୁରୁଷ ହକି ବିଶ୍ବକପର ଲୋଗୋ ଏବଂ ବିଶ୍ୱକପ୍ ଟ୍ରଫି ଉନ୍ମୋଚନ କରିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ। ଓଡିଶାର କଳିଙ୍ଗ ଷ୍ଟାଡିୟମରେ ଏହି ଖେଳ ଅନୁଷ୍ଠିତ ହେବ। ଆସନ୍ତା ନଭେମ୍ବର ୨୪ ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଏହି ଖେଳ ଅନୁଷ୍ଠିତ ହେବ। ଆସନ୍ତା ୨ମାସ ମଧ୍ୟରେ ପ୍ରତିଯୋଗୀତାର ଆୟୋଜନ କରିବ ଓଡିଶା। ଏହାର ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ପରିବହନ କରିବେ। ବିଶ୍ବ ହକି ଯାତ୍ରାରେ ଏହା ଆଉ ଏକ ମାଇଲଖୁଣ୍ଟ ଯୋଡିଛି ।