ସନଷ୍ଟାର ଟିଭି ବ୍ୟୁରୋ
ସମ୍ବଲପୁର: ରାଜ୍ୟରେ ବନ୍ୟା ଟକିଏ କମିଥିବା ବେଳେ ଆଉ୪ଟି ଗେଟ ଖୋଲିଛି ହୀରାକୁଦ। ଉପରମୁଣ୍ଡରେ ବର୍ଷା ହେଉଥିବାରୁ ଜଳସ୍ତର ବଢ଼ିବାରେ ଲାଗିଛି। ଜଳସ୍ତରକୁ ଆୟତରେ ଆଣିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି।
ଜଳସ୍ତର ବୃଦ୍ଧି ପାଇବାରୁ ଡ୍ୟାମ କର୍ତ୍ତୁପକ୍ଷଙ୍କ ତରଫରୁ ଏହି ନିଷ୍ବତ୍ତି କରାଯାଇଛି। ଆଗକୁ ସାମ୍ଭାବ୍ୟ ଲଘୁଚାପ ଆସୁଛି ତେବେ ପୁଣିଜଳ ସ୍ତର ବୃଦ୍ଧି ପାଇପାରେ ବୋଲି ଆଶା ପ୍ରକାଶ କରାଯାଉଛି। ବର୍ତ୍ତମାନ ଏହା ଚିନ୍ତାର ବିଷୟ ପାଲଟିଛି।
ବର୍ତ୍ତମାନ ଜଳଭଣ୍ଡାରର ସ୍ତର ୬୨୯.୫୮ ରହିଛି। ଏହସହ ପ୍ରତି ସେକେଣ୍ଡରେ ୧ଲକ୍ଷ ୮୬ହଜାର ୨୭୯ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ୨ଲକ୍ଷ୧୬ହଜାର ୭୯୪ କ୍ୟୁସେକ ଜଳ ଛଡାଯାଉଛି।