ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଚିନ୍ତନ ରୁ ଉପୁଜିଲା, ଲୋକଙ୍କ ଭୋକ ନିବାରଣ ନିମନ୍ତେ ଅନେକ ଯୋଜନା। ତା ମଧ୍ୟରୁ ବଳରାମ ଯୋଜନା ଏକ ମହତ ଯୋଜନା। ଏଭଳି ଉକ୍ତିରୁ ନିଜ ଅଭିଭାଷଣ ଆରମ୍ଭ କରି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ପ୍ରଶଂସା ଓ କୃତଜ୍ଞତା ଜଣାଇ ପାଟକୁରା ବିଧାୟିକାଙ୍କ ପୁତ୍ର ସଞ୍ଜୟ ଅଗ୍ରୱାଲ । ପାଟକୁରା ଟିକନପୁର ରେ ୬୨ ଗୋଟି ଗୋଷ୍ଠି କୁ ବଳରାମ ଯୋଜନା କୃଷି ଋଣ ବଣ୍ଟନ କରାଯାଇଛି। ପାଟକୁରା ନିର୍ବାଚନ ମଣ୍ଡଳୀ ର ବିଶ୍ୱକର୍ମା ତଥା ପୂର୍ବତନ ବିଧାୟକ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲ ସ୍ମୁତି କୁ ମାନେ ପକାଇ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣେଇ ଥିଲେ କୃଷି ଋଣ ପାଇଥିବା ଚାଷୀ ମାନେ। କୋରାନା କାଳରେ ଚାଷ କାର୍ଯ୍ୟ ରେ ଅନେକ ପ୍ରଭାବ ପଡ଼ିଥିବା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ କ୍ଷୁଦ୍ର ଓ ଭୂମିହୀନ ଚାଷୀ ଙ୍କ ସହାୟତା ନିମନ୍ତେ ଏଭଳି ଏକ ମହତ ଯୋଜନା କରିଥିବାରୁ ସବୁ ବର୍ଗର ଚାଷୀ କୁଳ ଉପକୃତ ହେଇଥିବା ପରିଲିକ୍ଷିତ ହୋଇଛି। ବଳରାମ ଯୋଜନା ରେ ଅଦ୍ୟାବଧି ପାଟକୁରା ରେ ୧୦ କୋଟି ଟଙ୍କା ଋଣ ଆକାରରେ ବଣ୍ଟନ ସାରିଛି ଆହୁରି ପୁଣି ଆଗାମୀ ଦିନରେ ପାଟକୁରା ସଂଲଗ୍ନ ମାର୍ଶାଘାଇର ସତ ପଂଚାୟତ ରେ ଏହି ଯୋଜନାରେ ଗରିବ, ଭୂମିହୀନ ଓ କ୍ଷୁଦ୍ର ଚାଷୀ ଙ୍କୁ ଉକ୍ତ ଯୋଜନାନୁଯାୟୀ ଋଣ ପ୍ରଦାନ କରାଯିବ ବୋଲି ବିଧାୟିକା ଙ୍କ ତରଫରୁ ଘୋଷଣା କରାଯାଇଛି। କେନ୍ଦ୍ରାପଡ଼ା ରେ କେବଳ ୩୦ କୋଟି ର ଋଣ ରାଶି ପ୍ରଦାନ କରାଯିବାର ଯୋଜନା ରଖିଛନ୍ତି ରାଜ୍ୟ ସରକାର। ଆଜି ଏହି କାର୍ଯ୍ୟକ୍ରମ ରେ ୧୫୦ ରୁ ଉର୍ଦ୍ଧ ଲୋକ ଉପସ୍ଥିତ ଥାଇ ରାଜ୍ୟ ସରକାର ଙ୍କ ଏହି ଯୋଜନା ସଫଳ ରୂପାୟନ ରେ ଅଂଶୀଦାର ହୋଇଛନ୍ତି।