ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଚଳିତ ବର୍ଷ ଡିସେମ୍ବର କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ( ସି ଟି ଇ ଟି ) ଆରମ୍ଭ ହେବ। ଯାହା ୧୬ରୁ ୨୦୨୨ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ( ସି ବି ଏସ୍ ଇ ) ପକ୍ଷ ରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥି ପାଇଁ ଛାତ୍ରଛାତ୍ରୀ ଚଳିତ ମାସ ୨୦ ତାରିଖରୁ ଅକ୍ଟୋବର ୧୯ ମଧ୍ୟରେ ଆବେଦନ କରି ପାରିବେ । ଅକ୍ଟୋବର ୨୦ ଫି ‘ ଦାଖଲ କରିବାର ଶେଷ ଦିନ ରହିଛି । ଛାତ୍ର ଛାତ୍ରୀଙ୍କ ପରୀକ୍ଷା ଦୈନିକ ଦୁଇଟି ସିଫ୍ଟରେ ହେବ । ପେପର -୧ ପାଇଁ ପରୀକ୍ଷା ସକାଳ ୯ଟା ୩୦ରୁ ୧୨ଟା ମଧ୍ୟରେ ହେବାକୁ ଥିବାବେଳେ ପେପର -୨ ପରୀକ୍ଷା ଅପରାହ୍ନ ୨ଟା ୩୦ରୁ ୫ଟା ଯାଏଁ ହେବ । ଛାତ୍ରଛାତ୍ରୀ ପରୀକ୍ଷା ସର୍ମ୍ପକିତ ସମସ୍ତ ତଥ୍ୟ www.ctet.nic.in ୱେବ୍ ସାଇଟରୁ ପାଇ ପାରିବେ ବୋଲି ସିବିଏସ୍ଇ ଉଲ୍ଲେଖ କରିଛି ।