ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ : ଅଶ୍ଲୀଳ ଚଳଚିତ୍ର ତିଆରି ମାମଲାରେ ଗିରଫ ହୋଇ ଜେଲରେ ଥିବା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ଵାମୀ ତଥା ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କୁ ମୁମ୍ବାଇର ସେସନ୍ସ କୋର୍ଟରେ ସୋମବାର ଜାମିନ ପ୍ରଦାନ କରିଛନ୍ତି । ତାଙ୍କୁ ୫୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଳିକା ବିନିମୟରେ ଜାମିନ ପ୍ରଦାନ କରାଯାଇଛି । ତେବେ ଜାମିନରେ ଥିବା ସମୟରେ ସେ ସ୍ଥାନୀୟ ପୁଲିସକୁ ସୂଚନା ନ ଦେଇ ସହର ଛାଡ଼ି ପାରିବେ ନାହିଁ । କୁନ୍ଦ୍ରାଙ୍କ ସହ ତାଙ୍କ କଂପାନିର ଆଇଟି ମୁଖ୍ୟ ରିଆନ୍ ଥୋର୍ପେଙ୍କୁ ବି ଜାମିନ ମିଳିଛି । ଆଜି (ମଙ୍ଗଳବାର) ପୂର୍ବାହ୍ନ ୧୦ଟା ୩୦ରେ ସେ ଜେଲରୁ ମୁକୁଳିବେ । ରିପୋର୍ଟ ଅନୁସାରେ ମାମଲାର ତଦନ୍ତ କରୁଥିବା ମୁମ୍ବାଇ କ୍ରାଇମବ୍ରାଞ୍ଚ ପକ୍ଷରୁ ନିକଟରେ ଏହି ମାମଲାରେ ଏକ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ଏହାପରେ ଶନିବାର କୁନ୍ଦ୍ରା କୋର୍ଟରେ ଜାମିନ ପାଇଁ ସାନି ଆବେଦନ କରିଥିଲେ । ସେଥିରେ ସେ ଦର୍ଶାଇଥିଲେ ଯେ , ତାଙ୍କୁ ଜାଣିଶୁଣି ଏହି ମାମଲାରେ ଫଶାଇ ଦିଆଯାଇଛି । ଅତିରିକ୍ତ ଚାର୍ଜସିଟ୍ରେ ସେ ଅଶ୍ମୀଳ ଭିଡିଓ ପ୍ରସ୍ତୁତିରେ ସିଧାସଳଖ ଭାବେ ସଂପୃକ୍ତି ଥିବା ନେଇ କିଛି ପ୍ରମାଣ ନାହିଁ ।
ସୂଚନାଥାଉକି , ଅଶ୍ମୀଳ ଭିଡିଓ ପ୍ରସ୍ତୁତ କରିବା ଓ ତାକୁ ଅନଲାଇନ୍ରେ ପ୍ରସାର କରିବା ଅଭିଯୋଗରେ କୁନ୍ଦ୍ରାଙ୍କୁ ଚଳିତବର୍ଷ ଜୁଲାଇ ୧୯ ତାରିଖରେ ଗିରଫ କରାଯାଇଥିଲା ।