ସନଷ୍ଟାର ଟିଭି ବ୍ୟୁରୋ
ସମ୍ବଲପୁର: ରାଜ୍ୟରେ ବନ୍ୟା ଟକିଏ କମିଥିବା ବେଳେ ଆଉ୨ଟି ଗେଟ ଖୋଲିଛି ହୀରାକୁଦ।ବର୍ତ୍ତମାନ ୧୨ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ଡାହାଣ ପାଶ୍ବରେ ୩ଟିଗେଟ ଖୋଲାଥିବା ବେଳେ ବାମ ପାଶ୍ବରେ୯ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି।
ଜଳସ୍ତର ବୃଦ୍ଧି ପାଇବାରୁ ଡ୍ୟାମ କର୍ତ୍ତୁପକ୍ଷଙ୍କ ତରଫରୁ ଏହି ନିଷ୍ବପତ୍ତି କରାଯାଇଛି। ଆଗକୁ ସାମ୍ଭାବ୍ୟ ଲଘୁଚାପ ଆସୁଛି ତେବେ ପୁଣିଜଳ ସ୍ତର ବୃଦ୍ଧି ପାଇପାରେ ବୋଲି ଆଶା ପ୍ରକାଶ କରାଯାଉଛି।
ବର୍ତ୍ତମାନ ଜଳଭଣ୍ଡାରର ସ୍ତର ୬୨୯.୫୮ ରହିଛି। ଏହସହ ପ୍ରତି ସେକେଣ୍ଡରେ ୧ଲକ୍ଷ ୮୬ହଜାର ୨୭୯ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ୨ଲକ୍ଷ୧୬ହଜାର ୭୯୪ କ୍ୟୁସେକ ଜଳ ଛଡାଯାଉଛି।