ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ପିପିଲି ନିର୍ବାଚନ ଆସନ୍ତା ୩୦ରେ ହେବାକୁ ଥିବା ବେଳେ ପିପିଲି ଉପନିର୍ବାଚନ ପାଇଁ ସୋମବାରଠାରୁ ବିଧିବଦ୍ଧ ଭାବେ ପ୍ରଚାର ଆରମ୍ଭ ହେବ । ପ୍ରଚାର ପୂର୍ବରୁ ସବୁ ଦଳ କର୍ମୀ ସମ୍ମିଳନୀ ଉପରେ ଜୋର୍ ଦେଇଛନ୍ତି । ସୋମବାରଠାରୁ ପ୍ରଚାର ପାଇଁ ୭ ଦିନ ମିଳିବ । ରୋଡ ଶୋ ’ , ସାଇକେଲ ଶୋଭାଯାତ୍ରା , ମୋଟର ସାଇକେଲ ରାଲିକୁ ଅନୁମତି ଦିଆଯାଇ ନାହିଁ । ୨୦୦ ଜଣ ଲୋକଙ୍କ ମଧ୍ୟରେ ଇଡୋର ସଭା ଏବଂ ଖୋଲା ପଡ଼ିଆରେ ୧୦୦୦ ଜଣଙ୍କ ମଧ୍ୟରେ ପ୍ରଚାର ସଭା ଆୟୋଜନ କରିହେବ । ଇତିମଧ୍ୟରେ ୩ ଟି ପ୍ରମୁଖ ଦଳ ପକ୍ଷରୁ କରୋନା ନିୟମାବଳୀକୁ ଦୃଷ୍ଟିରେ ୨୦ ଜଣ ତରକା ପ୍ରଚାରକ ତାଲିକା ପ୍ରକାଶ କରିଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ସାଙ୍ଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସ , ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ସୁଶାନ୍ତ ସିଂହ ଓ ତୁଷାରକାନ୍ତୀ ବେହେରା ଆଦି ପ୍ରମୁଖ ବିଜେଡି ଦଳ ତରକା ପ୍ରଚାରକ ଦାୟିତ୍ବରେ ରହିଛନ୍ତି । ଭାଜପା ଦଳରେ ରାଜ୍ୟ ସଭାପତି ସମୀର ମହାନ୍ତି , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଅଶ୍ୱିନୀ ବୈଷ୍ଣବ , ବିଶ୍ଵେଶ୍ଵର ଟୁଡୁ , ସଂସାଦ ଅପରାଜିତା ଷଡ଼ଙ୍ଗୀ ଓ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଆଦି ପ୍ରମୁଖ ତରକା ପ୍ରଚାରକ ରହିଛନ୍ତି । ସେହିପରି କଂଗ୍ରେସ ଦଳରେ ରାଜ୍ୟ ପ୍ରଭାରୀ ଏ . କୁମାର , ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ , ସଂସାଦ ସପ୍ତଗିରି ଉଲାକା ଆଦି ତରକା ପ୍ରଚାରକ ଦାୟିତ୍ବ ତୁଲାଉଛନ୍ତି । ଘରକୁ ଘର ବୁଲି ଚାଲିଛି ପିପିଲି ନିର୍ବାଚନର ଜୋରସୋର ପ୍ରଚାର।