ସନଷ୍ଟାର ଟିଭି ବ୍ୟୁରୋ
ଗାନ୍ଧିନଗର: ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଆଜି ଗୋଟିଏଦିନ ପାଇଁ ନୂଆଦିଲ୍ଲୀ ଗସ୍ତରେ ଆସିଛନ୍ତି। ଏହି ଗସ୍ତରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର ଯୋଜନା ରଖିଛନ୍ତି । ଏହାବ୍ୟତୀତ ଦିଲ୍ଲୀରେ ଅବସ୍ଥାନ କାଳରେ ସେ ଉପରାଷ୍ଟ୍ରପତି ଏମ . ଭେଙ୍କିଆନାଇଡୁ , ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ , ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିଜେପି ସଭାପତି ଜେପି ନଢ଼ାଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।
ନିକଟରେ ଗୁଜରାଟ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଥିବା ଭୂପେନ୍ଦ୍ର ପଟେଲ ଚଳିତ ସପ୍ତାହରେ ୨୪ ଜଣିଆ ମନ୍ତ୍ରିମଣ୍ଡଳ ଗଠନ କରିଥିବାବେଳେ ବିଦାୟୀ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣିଙ୍କ କ୍ୟାବିନେଟର କୌଣସି ମନ୍ତ୍ରୀଙ୍କୁ ସୁଯୋଗ ଦେଇନାହାନ୍ତି ।