ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ୱର: ଆସନ୍ତା ୨୨ ତାରିଖ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଜିଲ୍ଲା ଗସ୍ତ କରିବେ । ଏହି ଅବସରରେ ସେ ଜିଲ୍ଲାରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ବିଭିନ୍ନ ବିକାଶ ପ୍ରକଳ୍ପର ଉଦ୍ଘାଟନ କରିବେ ଏବଂ କିଛି ପ୍ରକଳ୍ପର ଶୁଭ ଦେବେ । ଏହି ଦିନିକିଆ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବଲାଙ୍ଗିର , ପାଟଣାଗଡ଼ ଏବଂ ଟିଟିଲାଗଡ଼ ୩ଟି ସ୍ଥାନରେ ସଭାରେ ଯୋଗଦେବେ । ବୁଧବାର ଦିନ ୧୦ଟା ୧୫ ମିନିଟରେ ମୁଖ୍ୟମନ୍ତ୍ରୀ ତୁଷରା ଏୟାରଷ୍ଟ୍ରିପ୍ରେ ପହଞ୍ଚିବେ । ସେଠାରୁ ଟିଟିଲାଗଡ଼ ମହିଳା କଲେଜ ସ୍ଥିତ ମିନି ଷ୍ଟାଡିୟମ୍ ଯାଇ ସଭାରେ ଯୋଗଦେବେ ଏବଂ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବାଣ୍ଟିବେ । ପରେ ହେଲିକପ୍ଟର ଯୋଗେ ପାଟଣାଗଡ଼ ଗସ୍ତ କରି ରମାଇ ହାଇସ୍କୁଲ ପଡ଼ିଆ ଠାରେ ସଭାରେ ସାମିଲ ହେବେ । ସର୍ବଶେଷରେ ମୁଖ୍ୟମନ୍ତ୍ରୀ ବଲାଙ୍ଗିର ଠାରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି ଅବସରରେ ସ୍ମାର୍ଟ କାର୍ଡ ବଣ୍ଟନ ସହ ହରିଶଙ୍କର ପୀଠର ବିକାଶ ଲାଗି କିଛି ଶିଳାନ୍ୟାସ ହେବ । କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ , ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ , ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା , ଓଟିଡ଼ିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର , ଜିଲ୍ଲାର ସମସ୍ତ ବିଧାୟକ ଏବଂ ବରିଷ୍ଠ ନେତୃବୃନ୍ଦ ସାମିଲ ରହିବେ । ପଶ୍ଚିମ ଓଡ଼ିଶାକୁ ଫୋକସରେ ରଖି ମୁଖ୍ୟମନ୍ତ୍ରୀ ବିଶେଷ ପଦକ୍ଷେପ ଗ୍ରହଣ କରିଥିବା ବେଳେ ତାଙ୍କର ଏହି ଦିନିକିଆ ଗସ୍ତ ବହୁତ ଗୁରୁତ୍ଵ ରଖୁଛି । ଏହା ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ମଧ୍ୟ ଦଳକୁ ବଳ ଦେବ ।