ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଦୀର୍ଘ୨୦ ଘଣ୍ଟାର ବ୍ୟବଧାନ ପରେ ରାଜଧାନୀ ଭୁବନେଶ୍ବରରେ ପାଣିରେ ଭାସିଯାଇଥିବା ଟ୍ୟୁସନ ଛାତ୍ରର ମୃତ ଦେହ ଉଦ୍ଧାର କରାଯାଇଛି। ଛାତ୍ର ଜଣକ ଶିରିପୁର ଶତାବ୍ଦୀ ନଗର ବ୍ୟାଙ୍କ କଲୋନିର ଜ୍ୟୋତି ପ୍ରକାଶ ବେହେରା। ପ୍ରବଳ ବର୍ଷା ପରେ ଡ୍ରେନରେ ଚାଲିଥିବା ପାଣି ସୁଅରେ ପଡିଯାଇଥିଲା। ଏହାପରେ ପିଲାଟିକୁ ରାତି ସାରା ପୁଲିସ ଓ ଅଗ୍ନିଶମବାହିନୀ ଖୋଜା ଜାରି ରଖିଥିଲା ବେଳେ ବି ମିଳି ନଥିଲା। ତେବେ ଛାତ୍ରଙ୍କୁ ଠାବ କରିବାକୁ ପୁଲିସ ଓ ଅଗ୍ନିଶମବାହିନୀ ପ୍ରୟାସ ଜାରି ରଖିଥିଲେ। ଆଜି ସକାଳୁ ପଞ୍ଚସଖା କେନାଲ ପାଖରୁ ପିଲାଟିର ମୃତ ଦେହ ଉଦ୍ଧାର କରାଯାଇଛି।
ସୂଗନାଯୋଗ୍ୟ ପିଲାଟି ଟ୍ୟୁସନ ସାରି ଆସୁଥିବା ବେଳେ ଡ୍ରେନ କଡରେ ସାଇକେଲ ସହ ପଡି ଯାଇଥିଲେ। ତେବେ ବାରମ୍ବାର ଏହି ଘଟଣା ଘଟୁଥିବା ବେଳେ ଏହାକୁ ବିଏମସିର ବିଫଳତା ଯୋଗୁଁ ଏହି ଘଟଣା ବାରମ୍ବାର ହେଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଏହାସହ ଗତ ୬ ବର୍ଷ ମଧ୍ୟରେ ଏହିପରି ଭାବେ ୫ଜଣଙ୍କର ଜୀବନ ଯାଇଛି ।