ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଦର୍ଶ ଅଭିଯାନ ସାମାଜିକ ଗ୍ରୁପ ତରଫରୁ ପୁରୀ ଜିଲ୍ଲାର ନିମାପଡା ବ୍ଲକ ବାମନାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଡ଼ନିନିଗା ଭୂତପଦା ଗ୍ରାମରେ ବନ୍ୟା ପ୍ରଭାବିତ ହୋଇଥିବା ୧୧୦ ପରିବାର ଏବଂ ୨୫ ଜଣ ବରିଷ୍ଠ ନାଗରିକଙ୍କୁ ଆଦର୍ଶ ସାମାଜିକ ଗ୍ରୁପ ତରଫରୁ ବିସ୍କୁଟ, ଅଗରବତୀ,ମହମବତୀ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଆଦର୍ଶ ସାମାଜିକ ଗ୍ରୁପର ପ୍ରଦୀପ କୁମାର ପାଣିଙ୍କ ନେତୃତ୍ୱରେ ପରିଚାଳନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଭୂତପଦା ଗ୍ରାମର ବରିଷ୍ଠ ନାଗରିକ କୁମର ପାଣି, ଯୁଗଳ ପାଣି, ମଙ୍ଗୁଳି ମଲ୍ଲିକ,ବ୍ରଜ ମଲ୍ଲିକ, ଦିଜ ମଲ୍ଲିକ ଏବଂ ଗ୍ରାମର ଯୁବକ ନନ୍ଦ ମଲ୍ଲିକ, ସ୍ୱାଧୀନ ମଲ୍ଲିକ, ଦିନା ମଲ୍ଲିକ, ଟୁନା ମଲ୍ଲିକ , ଆଲୋକ ମଲ୍ଲିକ ଓ ଆଦର୍ଶ ସାମାଜିକ ଗ୍ରୁପର ଶିକ୍ଷୟତ୍ରୀ ସୁଶ୍ରୀ ସୋନାଲି ମଲ୍ଲିକ । ଆଦର୍ଶ ସାମାଜିକ ଗ୍ରୁପ ତରଫରୁ ଭୂତପଦା ଗ୍ରାମରେ ଜାନୁୟାରୀ ୨୦୨୧ରୁ ୪୦ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଅନଲାଇନ ଶିକ୍ଷା ପ୍ରଦାନ କରାଯିବା ସହିତ ପ୍ରଥମ ଶ୍ରେଣୀ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପୁସ୍ତକ , ଖାତା ଓ ଇତ୍ୟାଦି ଯୋଗାଇ ଦିଆଯାଉଛି । ଏହିଭଳି ଆଦର୍ଶ ଅଭିଯାନ ସାମାଜିକ ଗ୍ରୁପର ଶିକ୍ଷାଦାନକୁ ଗ୍ରାମବାସୀ ଅଶେଷ ଅଶେଷ ଧନ୍ୟବାଦ ଜଣାଇବା ସହିତ ବନ୍ୟା ସମୟରେ ଆଦର୍ଶ ଅଭିଯାନ ସାମାଜିକ ଗ୍ରୁପର ବନ୍ୟା ସହାୟତାକୁ ସମସ୍ତ ଗ୍ରାମବାସୀ କୃତଜ୍ଞତା ଜଣାଇଥିଲେ । ଆଦର୍ଶ ଅଭିଯାନ ସାମାଜିକ ଗ୍ରୁପ ଭବିଷ୍ୟତର ଲକ୍ଷ ହେଉଛି ଏହି ଗ୍ରାମରେ ବିଭିନ୍ନ ସାମାଜିକ କାର୍ଯ୍ୟ ଯଥା- ରକ୍ତଦାନ ଶିବିର, ବୃକ୍ଷ ରୋପଣ,ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଇତ୍ୟାଦି ଆୟୋଜନା କରିବା ସହ ଏହି ଉଦ୍ଦ୍ୟେଶରେ ଆଗକୁ କାମ କରିବ।