ସନଷ୍ଟାର ଟିଭି ବ୍ୟୁରୋ
କର୍ଣ୍ଣାଟକ: କର୍ଣ୍ଣାଟକ ଜନତା ଦଳ (ଧର୍ମନିରପେକ୍ଷ) ବିଧାୟକ ଶ୍ରୀନିବାସ ଗୌଡା ଶନିବାର ଦିନ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଡି.କେ ଶିବକୁମାରଙ୍କୁ ଭେଟିବା ପରେ କଂଗ୍ରେସରେ ଯୋଗ ଦେଇଛନ୍ତି। ସେ କହିଛନ୍ତି, “ମୁଁ ଜେଡି (ଏସ୍) ରୁ ଇସ୍ତଫା ଦେଇଛି। ମୁଁ ପୂର୍ବରୁ କଂଗ୍ରେସରେ ଥିବାରୁ ଡି.କେ ଶିବକୁମାରଙ୍କୁ ଭେଟିଛି।”
ସୂଚନାଯୋଗ୍ୟ, ସେ କର୍ଣ୍ଣାଟକର କୋଲାର ଲୋକସଭା ନିର୍ବାଚନମଣ୍ଡଳୀରେ ଜଣେ ବିଧାୟକ।