ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜି ପବିତ୍ର ଅନନ୍ତବ୍ରତ । ତତ୍ସହ ପୂଜକମାନଙ୍କୁ ନେଇ କଟକଣାସହ ବିଧିରେ ପାଳନ ହେଉଛି ପର୍ବ । କୋଭିଡ ଯୋଗୁଁ କଟକଣା ମଧ୍ୟରେ କଡ଼ାକଡ଼ି ଭାବେ ପାଳନ କରିବାକୁ ଚଳିତ ବର୍ଷ ବିଏମ୍ସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । କୌଣସି ଭକ୍ତ ମନ୍ଦିରରେ ପ୍ରବେଶ କରିପାରିବେ ନାହିଁ । ବିଧି ଅନୁସାରେ ମନ୍ଦିରରେ ସମସ୍ତ ନୀତିକାନ୍ତି କେବଳ ସେହି ପୂଜକ ପ୍ରବେଶ କରିପାରିବେ। ଏହାସହ ଯେଉଁମାନଙ୍କର ସମ୍ପୂର୍ଣ୍ଣ ଟିକାକରଣ ହୋଇସାରିଥିବା ବା କୋଭିଡ୍ ଡବଲ ଡୋଜ୍ ଟିକା ନେଇଥିବା ପୂଜକ ହିଁ ମନ୍ଦିରରେ ପ୍ରବେଶ କରି ପୂଜା ବିଧି ପାଳନ କରିବେ । ତାଙ୍କ ସହ ଅନ୍ୟ କେହି ଭକ୍ତ ମନ୍ଦିର ପ୍ରବେଶ କରିପାରିବେ ନାହିଁ । କେବଳ ସେତିକି ନୁହେଁ , ମନ୍ଦିର ପ୍ରଶାସନ ମଧ୍ୟ କୋଭିଜ୍ ନିୟମ ପାଳନ ହେଉଛି କି ନାହିଁ , ସେନେଇ ଧ୍ୟାନ ରଖିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।
ବିଏମ୍ସିର ସୂଚନା ମୁତାବକ , ପାର୍ବଣ ଋତୁ ପାଇଁ ସରକାର କଟକଣା ଲଗୁ କରିଛି । ପ୍ରକାଶ ଥାଉକି ଏହି ପବିତ୍ର ଅନନ୍ତ ବ୍ରତ ନିମନ୍ତେ ଭୁବନେଶ୍ବରରେ ପ୍ରତିବର୍ଷ ପାଖାପାଖ୍ ୫୦ ହଜାରରୁ ଅଧିକ ଭକ୍ତ ବାସୁଦେବ ମନ୍ଦିରକୁ ଦର୍ଶନ କରିବା ଲାଗି ଆସିଥାଆନ୍ତି। ଚଳିତ ବର୍ଷ ଅନନ୍ତ ବ୍ରତ ଦିନ ଏକାଧିକ ଲୋକଙ୍କର ଆଗମନ ହେଲେ କୋଭିଡ ସଂକ୍ରମଣ ବଢ଼ିପାରେ ବୋଲି ଆଶଙ୍କା ଥିବାରୁ ଏଥର ଭକ୍ତ ମାନଙ୍କୁ ମନ୍ଦିର ପ୍ରବେଶ ନକରିବା ପାଇଁ ଅନୁମତି ଲୋଡା ଯାଇଛି ।